www.samajalive.in
Saturday, December 13, 2025
27.1 C
Bhubaneswar

ଅଜିତ ପାୱାର ଗୋଷ୍ଠୀ ପ୍ରକୃତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି

ଡେସ୍କ: ନିର୍ବାଚନ ଆୟୋଗ ଆନୁଷ୍ଠାନିକ ଭାବେ ଅଜିତ ପାୱାର ଗୋଷ୍ଠୀକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଭାବେ ମାନ୍ୟତା ଦେଇଛନ୍ତି। ଅଜିତ ପାୱାର ଗୋଷ୍ଠୀକୁ ଦଳର ଚିହ୍ନ ଦେଇଛନ୍ତି କମିଶନ। ବିଧାୟକ ଦଳର ସଂଖ୍ୟାଗରିଷ୍ଠତା ପରୀକ୍ଷା ଆଧାରରେ କମିଶନ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହେଉଛି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବଂ ଦଳର ନାମ ଓ ଚିହ୍ନ ବ୍ୟବହାର କରିବାର ଅଧିକାର ରହିଛି ବୋଲି ନିର୍ବାଚନ ଆୟୋଗ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ବୁଧବାର ଅପରାହ୍ନ ୩ଟା ସୁଦ୍ଧା ଶରଦ ପାୱାର ଗୋଷ୍ଠୀକୁ ଦଳର ନୂଆ ନାମ ସହ ତିନୋଟି ବିକଳ୍ପ ଦାଖଲ କରିବାକୁ କମିଶନ କହିଛନ୍ତି। ୬ ମାସ ମଧ୍ୟରେ ୧୦ଟି ଶୁଣାଣି ପରେ ନିର୍ବାଚନ କମିଶନ ଏନସିପି ବିବାଦର ସମାଧାନ କରିଛନ୍ତି।

- Advertisement -

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ଗୋଷ୍ଠୀକୁ ପ୍ରକୃତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଭାବରେ ସ୍ୱୀକୃତି ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ସଭାପତି ଭାବରେ ଶ୍ରୀ ପାୱାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ବାର୍ତ୍ତା ପୋଷ୍ଟ କରିଛନ୍ତି।

ଏହି ରାୟକୁ ସ୍ୱାଗତ କରି ରାଜ୍ୟସଭା ସାଂସଦ ତଥା ଏନସିପି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ସେମାନଙ୍କ ସପକ୍ଷରେ ରାୟ ଦେଇଥିବାରୁ ସେ ସନ୍ତୁଷ୍ଟ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories