www.samajalive.in
Monday, December 15, 2025
15.1 C
Bhubaneswar

ଅପହରଣ ଓ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ସୁନ୍ଦରଗଡ଼ : ୨୦୧୨ ଜୁଲାଇ ୭ ତାରିଖ ଦିନ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କଦମବାହାଲରେ ରାଜଗାଙ୍ଗପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷଙ୍କୁ ଅପହରଣ ପରେ ଗୁଳି ମାରି ହତ୍ୟା ଘଟଣାର ଅଭିଯୁକ୍ତକୁ  ଅଦାଲତ ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ମାମଲାର ଶୁଣାଣି କରି ସୁନ୍ଦରଗଡ଼ ଜିଲା ଦୌରାଜଜ୍‍ ମାନସ ରଞ୍ଜନ ବାରିକ ରାଜଗାଙ୍ଗପୁର କ୍ୟାମ୍ପ କୋର୍ଟରେ ଏହି କାଣ୍ଡର ମୁଖ୍ୟ କୁହାଯାଉଥିବା ବିରେଶ ଏକ୍କାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆର୍ମ୍ସ ଆକ୍ଟରେ ମଧ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି । ହେଲେ ପ୍ରମାଣ ଅଭାବରୁ ଅନ୍ୟ ୬ଜଣ ଅଭିଯୁକ୍ତ ଖଲାସ  ହୋଇଛନ୍ତି । ରାଜଗାଙ୍ଗପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ହରଦୀପ ସିଂ ଓ ତାଙ୍କ ସାଙ୍ଗ ଜିତେନ୍ଦ୍ର କୁମାର ଦାସ(ଜିତୁ) ଗତ ୭.୭.୨୦୧୨ ରାତିରେ କଦମବାହାଲରୁ ନିଜ କାର୍ଯ୍ୟକ୍ଷେତ୍ରରୁ ଫେରୁଥିବା ବେଳେ ବିରେଶ ଏକ୍କା, ବିକ୍ରମ ଖାଲଖୋ, ବିଜୟ ଖାଲଖୋ, ବିନେଶ୍ୱର ନନ୍ଦ, ବିଭିଷଣ ବରୁଆ, ଶୁକ୍ରୁ ପାନ ପ୍ରମୁଖ ଏହି ଦୁଇଜଣଙ୍କୁ ବନ୍ଧୁକ ଦେଖାଇ କାଲୋଡ଼ିହି ଜଙ୍ଗଲକୁ ଅପହରଣ କରି ନେଇଥିବା ବେଳେ ସେଠାରେ ହରଦୀପକୁ ଗୁଳି କରି ହତ୍ୟା କରିଥିଲେ । କୌଣସିମତେ ଜିତେନ୍ଦ୍ର ଖସି ଆସି ଗତ ୮.୭.୨୦୧୨ ଦିନ ଏ ସଂପର୍କରେ ରାଜଗାଙ୍ଗପୁର ଥାନାରେ ଏତଲା ଦେବାରୁ ପୁଲିସ ହତ୍ୟା ସମେତ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଦାଲତରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା । ୨୨ଜଣ ସାକ୍ଷୀଙ୍କ ବୟାନ ଓ ଫରେନ୍ସିକ ରିପୋର୍ଟ, ଅଭିଯୋଗକାରୀ ଓ ତଦନ୍ତକାରୀ ଅଧିକାରୀଙ୍କ ବୟାନକୁ ଆଧାର କରି ଦୌରାଜଜ ଶ୍ରୀ ବାରିକ ଅଭିଯୁକ୍ତ ବିରେଶ ଏକ୍କାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ହଜାର ଟଙ୍କା ଜୋରିମାନା ଓ ଆର୍ମ୍ସଆକ୍ଟରେ ୩ବର୍ଷ କାରାଦଣ୍ଡ ଓ ୩ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । । ସରକାରଙ୍କ ପକ୍ଷରୁ କ୍ୟାଡ଼ର ପବ୍ଲିକ ପ୍ରସିକ୍ୱିଟର ତ୍ରିଲୋଚନ ପରିଡ଼ା ମାମଲା ପରିଚାଳନା କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories