www.samajalive.in
Sunday, December 14, 2025
23.1 C
Bhubaneswar

୧୧ ରାଜ୍ୟରେ ଏକକାଳୀନ ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆସନ୍ତା ବର୍ଷ ୧୧ ରାଜ୍ୟରେ ଏକକାଳୀନ ଲୋକସଭା ସହିତ ବିଧାନସଭା ନିର୍ବାଚନ କରାଇପାରନ୍ତି। ବିଜେପିର ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମ, ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡରେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହୋଇପାରେ। ଏକକାଳୀନ ନିର୍ବାଚନ ପାଇଁ କେନ୍ଦ୍ର ସରକାର ବିଚାର ବିମର୍ଶ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଇପାରେ ଓ ଏଥି ନିମନ୍ତେ ସମ୍ବିଧାନ ସଂଶୋଧନର ଆବଶ୍ୟକତା ପଡ଼ିବ ନାହିଁ। ଉଲ୍ଲେଖ ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ପାଇଁ ଯୁକ୍ତି ବାଢି ଆସୁଛି। ଅପରପକ୍ଷରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ପଡୁଥିବାରୁ ଏଠାରେ କୌଣସି ସମୟ ପରିବର୍ତ୍ତନର ଆବଶ୍ୟକତା ନାହିଁ। ତେବେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ମିଜୋରମରେ ଛଅ ମାସ ବ୍ୟବଧାନରେ ଲୋକସଭା ଓ ବିଧାନ ସଭା ନିର୍ବାଚନ ପାଇଁ ମତଦାନ ହୋଇଥାଏ। ତେଣୁ ଏହି ରାଜ୍ୟଗୁଡ଼ିକର ନିର୍ବାଚନ କିଛି ଦିନ ଘୁଞ୍ଚାଇ ଦିଆଯାଇ ଏକକାଳନୀ ନିର୍ବାଚନ କରିବାକୁ କେନ୍ଦ୍ର ସରକାର ଯୋଜନ କରିଛନ୍ତି। ସେହିପରି ଜାମ୍ମୁ କାଶ୍ମୀରରେ ଏବେ ରାଜ୍ୟପାଳ ଶାସନ ଜାରି ରହିଛି। ଆସନ୍ତା ବର୍ଷ ସେଠାରେ ଏକକାଳୀନ ନିର୍ବାଚନ କରିବା ସହଜ ହୋଇଛି। ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିୟାଣାରେ ସମୟ ପୂର୍ବରୁ ଆଗୁଆ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି।
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ମଧ୍ୟ ଦେଶରେ ଏକକାଳୀନ ନିର୍ବାଚନ କରାଇବା ଲାଗି ଦଳ ପ୍ରସ୍ତୁତ ରହିଥିବା ଯୁକ୍ତିବାଢି ଲ’ କମିଶନଙ୍କୁ ଚିଠି ଲେଖିଛନ୍ତି। ଏହାଦ୍ୱାରା ଅଯଥା ବ୍ୟୟଭାର ହ୍ରାସ ପାଇବା ସହ ନିର୍ବାଚନଜନିତ କୋଳାହଳ ଓ କର୍ମସଂସ୍କୃତି ଅପଚୟକୁ ୫ ବର୍ଷ ଲାଗି ରୋକାଯାଇପାରିବ ବୋଲି ଶ୍ରୀ ଶାହା ଏହି ଚିଠିରେ ଯୁକ୍ତି ଦର୍ଶାଇଛନ୍ତି। ତେବେ ବିଜେପିର ଏଭଳି ରଣନୀତିକୁ ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ବିରୋଧ କରୁଛନ୍ତି। ଦେଶରେ ଏକକାଳୀନ ନିର୍ବାଚନ ଲାଗି ସମ୍ବିଧାନ ସଂଶୋଧନ ଦରକାର ପଡୁଥିବାରୁ ବିଜେପି ଏବେ ମିଳିତ ବିରୋଧୀଙ୍କ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରାଇବା ସ୍ଥିତିରେ ନାହିଁ। ତେଣୁ ଅଧିକରୁ ଅଧିକ ନିଜ ଶାସିତ ରାଜ୍ୟରେ ଏହାର ପରୀକ୍ଷା କରାଇ ଏକ ବାର୍ତ୍ତା ଦେଶବାସୀଙ୍କୁ ଦେବାକୁ ଉଦ୍ୟମ କରୁଛି। ଏହାଦ୍ୱାରା ନିର୍ବାଚନ ବାବଦ ଅଯଥା ପ୍ରଭୂତ ଅର୍ଥବ୍ୟୟକୁ ରୋକାଯିବା ସହିତ ସରକାରୀ ଶାସନ ପରିଚାଳନାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସମୟ ମିଳିବ ବୋଲି ବିଜେପି ଯୁକ୍ତି ବାଢୁଛି। ଏପରିକି ଯେଉଁ ରାଜ୍ୟ ଗୁଡିକରେ ବିଜେପିର ରାଜ୍ୟ ସରକାରଙ୍କ ପ୍ରତି ଜନଅସନ୍ତୋଷ ରହିଛି, ସେସବୁ ଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ ଆଧାରରେ ମଧ୍ୟ ଦଳ ନିର୍ବାଚନ ବୈତରଣୀ ପାର୍‍ ହେବା ଯୋଜନା କରୁଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories