www.samajalive.in
Saturday, December 6, 2025
17.1 C
Bhubaneswar

ମିଜୋରାମରେ ବଡ ଅଘଟଣ ; ଭୂସ୍ଖଳନ ପରେ ପଥର ଖାଦାନ ଭୁଶୁଡି ୧୦ ମୃତ

ଆଇଜଲ୍ : ମିଜୋରାମରେ ମଙ୍ଗଳବାର ଏକ ବଡ ଅଘଟଣ ଘଟିଛି। ମିଜୋରାମର ରାଜଧାନୀ ଆଇଜଲରେ ବଡ ଧରଣର ଭୂସ୍ଖଳନ କାରଣରୁ ଏକ ପଥର ଖାଦାନ ଭୁଶୁଡି ପଡି ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଅଘଟଣ ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନେକ ଶ୍ରମିକ ଏବେ ମଧ୍ୟ ପଥର ତଳେ ଦବି ରହିଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି। ୧୦ ମୃତକଙ୍କ ମଧ୍ୟରୁ ୬ ଜଣ ମିଜୋରାମ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟମାନଙ୍କ ବିଷୟରେ ସ୍ପଷ୍ଟ ସୂଚନା ମିଳି ନାହିଁ।

ଦେଖନ୍ତୁ ଭିଡିଓ ; ଲାଇଭ୍ ଚୋରି ଦୃଶ୍ୟ, ଚଳନ୍ତା ଟ୍ରକରୁ କଲେ ଚୋରି..

- Advertisement -

‘ରେମାଲ’ ବାତ୍ୟା କାରଣରୁ ଏଠାରେ ପ୍ରଚଣ୍ଡ ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ମଙ୍ଗଳବାର ପ୍ରାୟ ସକାଳ ୬ଟାରେ ଏଠାରେ ପଥର ଖାଦାନ ଭୁଶୁଡିବା ଖବର ମିଳିଥିଲା। ଖାଦାନ ଭୁଶୁଡିଥିବା ନିକଟରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories