www.samajalive.in
Friday, December 5, 2025
20.1 C
Bhubaneswar

ବିମାନବନ୍ଦରରେ ୧୦ ଟଙ୍କାରେ ମିଳିବ ଚା’, ସିଙ୍ଗଡ଼ା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଯା’ଆସ କରୁଥିବା ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ମିଳିବ ଖାଦ୍ୟ, ପାନୀୟ। ସୋମବାର ଟର୍ମିନାଲ ମଧ୍ୟରେ ଶୁଭାରମ୍ଭ ହୋଇଥିବା ଉଡ଼ାନ୍ ଯାତ୍ରୀ କାଫେ’ରେ ଚା’, କଫି, ପାଣି ବୋତଲ, ସିଙ୍ଗଡ଼ା, ମିଠା ଭଳି ଜଳଖିଆ ମାତ୍ର ୧୦ରୁ ୨୦ ଟଙ୍କା ମଧ୍ୟରେ ମିଳିବ। ଏହା ପୂର୍ବରୁ କଲକାତା, ଚେନ୍ନଇ, ଅହମ୍ମଦାବାଦ ଓ ପୁନେ ବିମାନବନ୍ଦରରେ ଏହି କାଫେ ଖୋଲିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡ଼ୁ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ନାଇଡ଼ୁ କହିଥିଲେ ଯେ ବିମାନରେ କେବଳ ଧନୀ ବର୍ଗର ଲୋକ ନୁହେଁ ସାଧାରଣ ଲୋକ ଯାତ୍ରା କରୁଛନ୍ତି। ବିମାନବନ୍ଦରରେ ମିଳୁଥିବା ଖାଦ୍ୟପେୟର
ମୂଲ୍ୟ ବହୁ ଗୁଣା ଅଧିକ ରହୁଥିବାରୁ ସାଧାରଣ ଯାତ୍ରୀ ଏଥିରୁ ବଞ୍ଚିତ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରମୁଖ ବିମାନବନ୍ଦରରେ ଉଡ଼ାନ ଯାତ୍ରୀ କାଫେ ଆରମ୍ଭ କରୁଛନ୍ତି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ବର ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ଏଠାରେ ନିର୍ମାଣ ହେବାକୁ ଥିବା ଟର୍ମିନାଲ-୩ରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ସ୍ଥାନ ପାଇବ। ଏଥିସହ ପୁରୁଣା ଟର୍ମିନାଲ ପାଖରେ ଆଉ ଏକ କୋଠା ନିର୍ମାଣ ପାଇଁ ଯୋଜନା ରହିଛି ବୋଲି ଶ୍ରୀ ନାଇଡ଼ୁ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories