www.samajalive.in
Friday, December 5, 2025
20.1 C
Bhubaneswar

ଆସିବ ଇଲେ‌େ‌କ୍ଟ୍ରାନିକ୍ ଉପାଦାନ ନିର୍ମାଣ ନୀତି

ଭୁବନେଶ୍ୱର: ଓଡ଼ିଶାକୁ ଏକ ଇଲେ‌େ‌କ୍ଟ୍ରାନିକ ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଇଲେ‌େ‌କ୍ଟ୍ରାନିକ୍ କମ୍ପୋନେଣ୍ଟ ମାନୁଫାକଚରିଂ ନୀତି-୨୦୨୫କୁ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି। ୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ୧୦୦୦ ଲୋକଙ୍କୁ ନିଯୁକ୍ତି ସୃଷ୍ଟି ପାଇଁ ସରକାର ସ୍ବତନ୍ତ୍ର ରିଆତି ଦେବେ। ସେହିପରି ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇସିଟି)ର ଅଭିବୃଦ୍ଧି ତ୍ବରାନ୍ବିତ ପାଇଁ ଆଇଟି ନୀତି-୨୦୨୫କୁ କ୍ୟାବି‌େ‌ନଟରେ ଅନୁମୋଦନ ମିଳିଛି। ଏହାଦ୍ବାରା ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରରେ ୧୦ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।
ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ‌େ‌ର ଏସବୁ ପ୍ରସ୍ତାବକୁ ଅନୁ‌େ‌ମାଦନ ମିଳିଛି। ବୈଠକରେ ମୋଟ୍ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଗୋଟିଏ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ୨ଟି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥାପନ କରାଯାଇ ଥିବାବେଳେ ୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ସମ୍ପର୍କିତ ପ୍ରସ୍ତାବ ଥିଲା।
ମୁଖ୍ୟ ସଚିବ ମନୋଜ ଆହୁଜା ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଆଇଟି ପାର୍କ, ଆଇଟି ଟାୱାର, ଏସ୍‌ଇଜେଡ ଭଳି ବିଶ୍ବସ୍ତରୀୟ ଭିତ୍ତିଭୂମିର ବିକାଶ କରାଯିବା ସହିତ ଗବେଷଣା ଏବଂ ବିକାଶ (ଆର ଆଣ୍ଡ ଡି), ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ସମନ୍ବୟ, ସୁନିଶ୍ଚିତ ହେବ।
ଏକ ପଲିସି ଆଡ଼ଭାଇଜରୀ ଓ ଭିଜନ୍ ଗ୍ରୁପ୍ ଗଠନ ହେବ ଯାହା ଆଇଟି କ୍ଷେତ୍ରର ମାର୍ଗଦର୍ଶନ କରିବ। ଓକାକ୍ ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ଆହୁଜା କହିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଗତ ପ୍ରସ୍ତାବ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଉଦୟ ନାରାୟଣ ଦାସ, ପୁରୀ ଏସ୍‌ସିଏସ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମିହିର ପ୍ରସାଦ ମିଶ୍ର ଓ ଅବସରପ୍ରାପ୍ତ ଆଇଏଏସ୍ ମନୋଜ କୁମାର ମହାନ୍ତିଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିବା ବିଷୟ କ୍ୟାବିନେଟରେ ଅନୁ‌େ‌ମାଦନ ଲାଭ କରିଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories