କାମାକ୍ଷାନଗର: ବିଶ୍ଵପ୍ରସିଦ୍ଧ ମହିମାଧର୍ମର ପବିତ୍ର ମହିମାଗାଦି ଯୋରନ୍ଦାରେ ସୋମବାର ଦିନ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରତି ବର୍ଷ ଭଳି ଚଳିତ ଭାଦ୍ରବ ଶୁକ୍ଳ ଦ୍ଵିତୀୟା ତିଥି ବ୍ରାହ୍ମ ମୂହୁତରେ ପ୍ରଭୁ ଶୁନ୍ୟବ୍ରହ୍ମ ମହିମା ଗୋସେଇଁଙ୍କ ଠାରେ ନବାନ୍ନ ପ୍ରସାଦ ଲାଗି ହୋଇଥିଲା । ନୂତନ ଧାନଶସ୍ୟରୁ ପ୍ରସ୍ତୁତ ଚୁଡ଼ାରେ ଗୁଡ଼,କଦଳୀ,ସେଓ,ନଡ଼ିଆ,ଅଙ୍ଗୁର ଆଦି ସୁସ୍ବାଦୁଫଳ,ଛେନା,ବୁନ୍ଦିଆ,ଗୁଜୁରାତି,ଅଳେଇଚ,ଅଦା,ଲବଙ୍ଗ ମିଶାଯାଇ ୭ଟି ନୂଆ ମାଟିହାଣ୍ଡିରେ ୭ ମୂର୍ତ୍ତି ତ୍ୟାଗୀନବାନ୍ନ ପ୍ରଭୁ ମହିମାସ୍ଵାମୀଙ୍କୁ ଅର୍ପଣ କରାଯାଇଛି । ମହିମା ସ୍ବାମୀଙ୍କ ନବାନ୍ନ ପାଇଁ ଯାଜପୁର ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଏହି ନୂଆଚୁଡା ଯୋଗାଇ ଆସୁଛନ୍ତି । ଏହି ନବାନ୍ନ ପାଇଁ ଜିଲା ତଥା ଜିଲା ବାହାରୁ ହଜାର ହଜାର ସଂଖ୍ୟାର ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନଙ୍କ ଆଗମନ ହୋଇଛି । ସମସ୍ତେ ଏକତ୍ରିତ ହୋଇ ନିବାନ୍ନ ଭକ୍ଷଣ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
Popular Categories



