ସିରିଆରେ ବିମାନ ଆକ୍ରମଣ, ୪ ବରିଷ୍ଠ ସେନା ଅଧିକାରୀ ମୃତ

ଡେସ୍କ: ସିରିଆ ରାଜଧାନୀ ଦମିସ୍କାରେ ଆଜି ବିମାନ ଆକ୍ରମଣରେ ଇରାନର ୪ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଇରାନର ସମ୍ବାଦ ସରବରାହ ସଂସ୍ଥା ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ହତ୍ୟା କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ଇରାନ ସେନା କମାଣ୍ଡର ଏବଂ ତାଙ୍କର ଜଣେ ସହଯୋଗୀ ଅଛନ୍ତି। ଏହି ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇସ୍ରାଏଲ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଆସିନାହିଁ।

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

Comments are closed.