BJD Bijuli 480×75 Mob

ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୩୨୫ କୋଟି ଟଙ୍କା ଭଡ଼ା ବାକି

BJD Bijuli 480×75 Mob
0

ନୂଆଦିଲ୍ଲୀ : ଭିଭିଆଇପିଙ୍କ ବିମାନ ଯାତ୍ରା ବାବଦରେ ସରକାର ଏୟାର ଇଣ୍ଡିଆକୁ ୩୨୫ କୋଟି ଟଙ୍କାର ବକେୟା ଭଡା ପ୍ରଦାନ କରିବେ ବୋଲି ଜଣାପଡିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ଏ ବାବଦରେ ଭଡା ସଂକ୍ରାନ୍ତ ବିଲ୍‌ ସଂପୃକ୍ତ ମନ୍ତ୍ରଣାଳୟରେ ଦାଖଲ କରିସାରିଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ପ୍ରକାଶ।

୨୦୧୮ ଜାନୁଆରୀ ୩୧ ସୁଦ୍ଧା ଏୟାର ଇଣ୍ଡିଆ ୩୨୫ .୮୧ କୋଟି ଟଙ୍କା ପାଇବ ବୋଲି ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ହାସଲ କରାଯାଇଛି। ଉପରୋକ୍ତ ଅର୍ଥରୁ ୮୪ କୋଟି ପିଛିଲା ଆର୍ଥିକ ବର୍ଷର ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହି ପରିମାଣ ୨୪୧.୮୦ କୋଟି ଟଙ୍କା ରହିଥିବା ପ୍ରକାଶ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିଙ୍କ ବିଦେଶ ଗସ୍ତ ସମୟରେ ସରକାର ଏୟାର ଇଣ୍ଡିଆ ବିମାନ ବ୍ୟବହାର କରିଥାନ୍ତି। ଭିଭିଆଇପିଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହି ବିମାନଗୁଡିକରେ ଅତ୍ୟାଧୁନିକ ବନ୍ଦୋବସ୍ତ କରିଥାନ୍ତି। ଏହି ବକେୟା ଅର୍ଥ ପ୍ରତିରକ୍ଷା, ବିଦେଶ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଓ କ୍ୟାବିନେଟ ସେକ୍ରେଟେରିଏଟ୍‌ ତରଫରୁ ପୈଠ କରାଯାଇଥାଏ। ବିଦେଶ ମନ୍ତ୍ରଣାଳୟ ଉପରେ ସର୍ବାଧିକ ୧୭୮.୫୫ କୋଟି ଟଙ୍କା ବକେୟା ଥିବାବେଳେ କ୍ୟାବିନେଟ ସେକ୍ରେଟେରିଏଟ ଓ ପିଏମଓ ଉପରେ ୧୨୮.୮୪ କୋଟି ଲେଖାଏଁ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ୧୮.୪୨ କୋଟି ଟଙ୍କା ବକେୟା ରହିଛି ବୋଲି ଏୟାର ଇଣ୍ଡିଆ ସୂତ୍ରରୁ ଜଣାପଡିଛି।

Leave A Reply