www.samajalive.in
Sunday, December 7, 2025
26.1 C
Bhubaneswar

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; ୨ଦିନ ହେଲା ଲଣ୍ଡନରେ ଫସିଛନ୍ତି ଯାତ୍ରୀ

ଲଣ୍ଡନ: ଲଣ୍ଡନର ହିଥ୍ରୋ ବିମାନବନ୍ଦରରେ ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ୨ଦିନ ହେଲା ଅଟକି ରହିଛି। ଫଳରେ ଉକ୍ତ ବିମାନରେ ଭାରତ ଆସିଥିବା ଥିବା ଯାତ୍ରୀମାନେ ୪୮ ଘଣ୍ଟା ଧରି ବିମାନବନ୍ଦରରେ ଫସି ରହିଛନ୍ତି।

ବିମାନ ସଂଖ୍ୟା ଏଆଇ-୧୬୨ ମଙ୍ଗଳବାର ଅପରାହ୍ନ ୩ଟା ୧୫ରେ ଭାରତ ଅଭିମୁଖେ ଉଡ଼ାଣ କରିବାର ଥିଲା। କିନ୍ତୁ ବୈଷୟିକ ତ୍ରୁଟି ପାଇଁ ବିମାନଟି ଉଡ଼ାଣ କରିପାରି ନ ଥିଲା। ଫଳରେ ଯାତ୍ରୀମାନେ ବିମାନବନ୍ଦରରେ ଅଟକି ରହିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବୟସ୍କ ବ୍ୟକ୍ତି ରହିଛନ୍ତି। ଏପରି ସମସ୍ୟାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲଣ୍ଡନରେ ଥିବା ଏୟାର ଇଣ୍ଡିଆର ଇଞ୍ଜିନିୟରିଂ ଟିମ୍‌ ବିମାନକୁ ନିରୀକ୍ଷଣ କରିଛନ୍ତି। ଆଉ ଏକ ଟିମ୍‌ ଆବଶ୍ୟକ ଉପକରଣ ସହିତ ମୁମ୍ବଇରୁ ଲଣ୍ଡନ ଯାଇଛନ୍ତି। କିନ୍ତୁ ଇଞ୍ଜିନିୟରମାନେ ଯାଇଥିବା ବିମାନଟି ମଧ୍ୟ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁବାଇରେ ଅଟକି ରହିଛି। ସେମାନେ ୬ ଘଣ୍ଟା ହେଲା ସେଠାରେ ଅଟକିଛନ୍ତି। ଫଳରେ କେବେ ସୁଦ୍ଧା ବିମାନ ମରାମତି ହେବ ଏବଂ ଭାରତ ଆସିବ ସେ ନେଇ କୌଣସି ସୂଚନା ମିଳିନାହିଁ। ଅନେକ ଯାତ୍ରୀଙ୍କ କହିବା ମୁତାବକ, ସେମାନେ ବିବାହ ଏବଂ ଜରୁରୀ ମିଟିଂରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା। କିନ୍ତୁ ଏବେ କୌଣସି ଫାଇଦା ନାହିଁ। ସେମାନଙ୍କୁ ବିମାନ ସମ୍ପର୍କରେ କୌଣସି ସୂଚନା ବି ଦିଆଯାଉ ନାହିଁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories