www.samajalive.in
Monday, December 15, 2025
27.1 C
Bhubaneswar

ଏୟାର ଏସିଆ ସିଇଓଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଏୟାର ଏସିଆ ଗ୍ରୁପ୍‍ ସିଇଓ ଟୋନି ପର୍ଣ୍ଣାଡିସ୍‍, ନିର୍ଦେଶକଙ୍କ ସମେତ ୫ ଜଣଙ୍କ ନାମରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ (ବ୍ୟୁରୋ) ସିବିଆଇ ମଙ୍ଗଳବାର ମାମଲା ରୁଜୁ କରିଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଲାଇସେନ୍ସ ପାଇବା ପାଇଁ ଏୟାର ଏସିଆ ବେସାମରିକ ବିମାନ ଚଳାଚଳ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଟୋନି ପର୍ଣ୍ଣାଡିସ ବିମାନ ଚଳାଚଳ ୫/୨୦ ନିୟମକୁ କୋହଳ କରିବା ପାଇଁ ସରକାରୀ ଅଧିକାରୀଙ୍କୁ ବେଆଇନ କାମ କରିବାକୁ ପ୍ରବର୍ତ୍ତାଇଥିଲେ। ଉଲ୍ଲେଖ ଯେ ୫/୨୦ ନିୟମ ଅନୁସାରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଲାଇସେନ୍ସ ପାଇଁ ବିମାନ ଚଳାଚଳ କ୍ଷେତ୍ରରେ ଅନ୍ୟୁନ୍‍ ୫ ବର୍ଷର ଅଭିଜ୍ଞତା ଏବଂ ୨୦ଟି ବିମାନ ଥିବା ଆବଶ୍ୟକ। ଲାଇସେନ୍ସ ପାଇବା ନିମନ୍ତେ ବିଦେଶୀ ନିବେଶ ଏବଂ ପ୍ରସାର ବୋର୍ଡ (ଏଫଆଇପିବି) ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏୟାର ଏସିଆ ନିର୍ଦେଶକଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସିବିଆଇ ମଙ୍ଗଳବାର ଏୟାର ଏସିଆ ଏବଂ ମାଲେସିଆନ ବିମାନ କମ୍ପାନୀର ଦିଲ୍ଲୀ, ମୁମ୍ବଇ ଏବଂ ବେଙ୍ଗାଲୁରୁ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢଉ କରି ଖାନତଲାସୀ କରିଛି। ଏୟାର ଏସିଆ ଗ୍ରୁପ୍‍ ସିଇଓ ଟୋନିଙ୍କ ସହ ଟ୍ରାଭେଲ ପୁଡ଼ ମାଲିକ ସୁନିଲ କପୁର, ଏୟାର ଏସିଆ ନିର୍ଦେଶକ ଆର ଭେଙ୍କଟରମଣ, ବିମାନ ଚଳାଚଳ ପରାମର୍ଶଦାତା ଦୀପକ ତଲୱାର, ଏୟାର ଏସିଆ ସିଙ୍ଗାପୁର ଟ୍ରେଡିଂ ନିର୍ଦେଶକ ରାଜେନ୍ଦ୍ର ଦୁବେଙ୍କ ବିରୋଧରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ବେସାମରିକ ବିମାନ ଚାଳଚଳ ବିଭାଗର କେତେକ ସରକାରୀ କର୍ମଚାରୀ ସିବିଆଇ ନଜରରେ ଥିବା ସୂଚନା ମିଳିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories