ରନ୍‌ ଓ୍ୱେରୁ ବାହାରକୁ ଚାଲିଗଲା ଏୟାର ଇଣ୍ଡିଆ ବିମାନ, ବର୍ତିଲେ  ୮୯ ଯାତ୍ରୀ

0

ମୁମ୍ବଇ:  ମୁମ୍ବଇ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଏକ ବିମାନ ରନ୍‌ଓ୍ୱେରୁ ବାହାରକୁ ଚାଲିଯାଇଛି । ଅବତରଣ କରିବା ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆର ବୋଇଂ ୭୩୭-୮୦୦ ବିମାନଟି ପ୍ରବଳ ବର୍ଷା ସତ୍ତ୍ୱେ ରନ୍‌ଓ୍ୱେରେ ଅବତରଣ କରୁଥିଲା ।  ଏହି ସମୟରେ ଏହା ରନ୍‌ ଓ୍ୱେରରୁ ବାହାରି ଯାଇଥିଲା । ରନଓ୍ୱେ ଶେଷ ହେବାର ୧୦ ଫୁଟ୍‌ ଦୂରରେ ଏହା ଅଟକିଥିଲା ।

ବିମାନଟି ବିଜୟଓ୍ୱାଡାରୁ ମୁମ୍ବାଇ ଆସିଥିଲା । ମାତ୍ର ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହଇ ନ ଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଏହି ଘଟଣା ଘଟିବା ସମୟରେ ବିମାନରେ ୮୯ ଯାତ୍ରୀ ଓ ବିମାନର କର୍ମଚାରୀ ରହିଥିଲେ ।

Leave A Reply