ଏଆଇପିଏନ୍‌ବିଓଏ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସର୍ବଭାରତୀୟ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଧିକାରୀ ସଂଘ, ଭୁବନେଶ୍ୱର ପକ୍ଷରୁ ଜେ.ଆର୍‌ ରଥ, ମହାପ୍ରବନ୍ଧକ (ଶସ୍ତ୍ର), ଏସ୍‌.ଏସ୍‌ ଦାଶ, ସହାୟକ ମହାପ୍ରବନ୍ଧକ (ଅଞ୍ଚଳ କାର୍ଯ୍ୟାଳୟ), ମୁଖ୍ୟ ପ୍ରବନ୍ଧକ (କାସା) ଏବଂ ପ୍ରବନ୍ଧକ (କାସା)ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି ।

prayash

ଏହି ଅବସରରେ ଏଆଇପିଏନ୍‌ବିଓଏର ସର୍କଲ ସେକ୍ରେଟାରୀ ବୈଲୋଚନ ସାହୁଙ୍କ ତୃତୀୟ ବୁକ୍‌ଲେଟ୍‌କୁ ଉପ-ଆଞ୍ଚଳିକ ପ୍ରବନ୍ଧକ ଜେ. ଦିକ୍ଷୀତ ଉନ୍ମୋଚନ କରିଥିଲେ । ଏହି ବୁକ୍‌ଲେଟ୍‌ଗୁଡିକର ପ୍ରକାଶନ ବ୍ୟାଙ୍କର ଅଞ୍ଚଳ କାର୍ଯ୍ୟାଳର ଅନେକ ୟୁନିଟ୍‌ ଦ୍ୱାରା ପ୍ରଶଂସିତ ହୋଇଥିଲା । ବ୍ୟାଙ୍କର ଅନ୍ୟ ୟୁନିଟ୍‌ଗୁଡିକରୁ ମଧ୍ୟ ବୁକ୍‌ଲେଟ୍‌ ପାଇଁ ବହୁଳ ଚାହିଦା ରହିଥିବା ବେଳେ ଏହାର ଅଧିକ କପି ଯୋଗାଇବା ପାଇଁ ସେମାନେ ଅନୁରୋଧ କରୁଛନ୍ତି । ନିକଟ ଭବିଷ୍ୟତରେ ବୁକ୍‌ଲେଟ୍‌ର ଅଧିକ ପ୍ରକାଶନ ପାଇଁ ୟୁନିଟ୍‌ ପକ୍ଷରୁ ଯୋଜନା କରାଯାଉଛି ।

ଅଫିସରମାନଙ୍କ ଟ୍ରାନ୍ସଫର ନିମନ୍ତେ ନୂତନ ପଦବୀ ଚୟନ ପାଇଁ କମିଟିର ଏକ୍‌ଜିକ୍ୟୁଟିଭ ବଡି ମାନେ ସ୍ଥିର କରିଛନ୍ତି । ଏଆଇପିଏନ୍‌ବିଓଏ ୟୁନିଟ୍‌ ଅଫିସରମାନଙ୍କ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟକରୁଅଛି ।

Comments are closed.