www.samajalive.in
Sunday, December 7, 2025
23.1 C
Bhubaneswar

ଖୋଲିଲା ଏମସ୍‌ ଓପିଡି : ୧୦୧୧ ରୋଗୀ କଲେ ପଞ୍ଜୀକରଣ, ଦିନକୁ ୩୦ ରୋଗୀଙ୍କୁ ମିଳିବ ଚିକିତ୍ସା ସୁବିଧା

ଭୁବନେଶ୍ୱର : କରୋନା ଭୂତାଣୁ ଦ୍ବାରା ଭୁବନେଶ୍ବରସ୍ଥିତ ଏମସ୍‌ର କେତେକ ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀ ସଂକ୍ରମିତ ହେବାରୁ ଜୁଲାଇ ୧୦ରୁ ବହିଃବିଭାଗ(ଓପିଡି)କୁ ବନ୍ଦ କରି ଦିଆଯାଇଥିଲା। ଏହାଦ୍ବାରା ରାଜ୍ୟ ଭିତରୁ ଏବଂ ପଡୋଶୀ ରାଜ୍ୟରୁ ଅନେକ ରୋଗୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିଲେ। ରାଜ୍ୟରେ ସଂକ୍ରମଣ ହାର କମିବା ପରେ ସୋମବାରଠାରୁ ସମସ୍ତ ବିଭାଗ ଓପିଡିକୁ ଖୋଲି ଦିଆଯାଇଛି। ଆଜି ରୋଗୀ ହସ୍ପିଟାଲକୁ ଆସି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଦୀର୍ଘ ୩ ମାସ ୨୦ ଦିନ ପରେ ଓପିଡି ଖୋଲି ଥିବାରୁ ଏମସ୍‌ ପରିସର ଚଳଚଞ୍ଚଳ ହୋଇଛି। ପ୍ରଥମ ଦିନ ୧୦୧୧ ରୋଗୀ କାଉଣ୍ଟର ସମ୍ମୁଖରେ ସାମାଜିକ ଦୂରତ୍ବ ରକ୍ଷା କରି ପଞ୍ଜୀକରଣ କରିଥିବା ଏମସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ହସ୍ତଗତ ତଥ୍ୟ ଅନୁଯାୟୀ, ସକାଳ ୭ଟାରୁ ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ୧୦୧୧ ଜଣ ରୋଗୀ ପଞ୍ଜୀକରଣ କରିଥିଲେ। ପରେ ରୋଗୀମାନେ ଡାକ୍ତରଙ୍କୁ ପରାମର୍ଶ କରିବା ନିମନ୍ତେ ଓପିଡି ସମ୍ମୁଖରେ ବସିଥିଲେ। ଡାକ୍ତରଙ୍କ କକ୍ଷକୁ ଯିବା ପୂର୍ବରୁ ଫାଟକ ସମ୍ମୁଖରେ ସିକ୍ୟୁରିଟ୍‌ ଥର୍ମାଲ ସ୍କ୍ରିନିଂ କରି ଜଣଙ୍କ ପରେ ଜଣେ ରୋଗୀଙ୍କୁ ଭିତରକୁ ଛାଡୁଥିଲେ। ଏନେଇ ଏମସ୍‌ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, ଗହଳି କମାଇବା ପାଇଁ ନଭେମ୍ବର ୨ରୁ ୮ ତାରିଖ ଯାଏଁ ପ୍ରତି ବିଭାଗ ଓପିଡିରେ ଦୈନିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ୯ ତାରିଖରୁ ସପ୍ତାହ ବ୍ୟାପୀ ଦିନକୁ ୫୦ ରୋଗୀଙ୍କୁ ଚିକିତ୍ସା କରାଯିବ। ପରବର୍ତ୍ତୀ ସମୟରେ କୋଭିଡ଼ ପରିସ୍ଥିତିକୁ ଅନୁଧ୍ୟାନ କରି ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ। ପୂର୍ବରୁ ହସ୍ପିଟାଲରେ ଡାଏଲିସିସ୍‌ ଏବଂ କେମୋଥେରାପି ଭଳି ଜଟିଳ ଚିକିତ୍ସା ଚାଲୁ ରହିଥିଲା। ଆଇପିଡିରେ ମଧ୍ୟ ରୋଗୀ ସେବା ଉପଲବ୍ଧ ହୋଇଛି ଏବଂ ୧୪ଟି ମଡ୍ୟୁଲାର ଓଟିରେ ଆଜିଠାରୁ ଅସ୍ତ୍ରୋପଚାର କାର୍ୟ୍ୟ ଚାଲିବ ବୋଲି ସେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଜୁନ୍‍ ପହିଲାରୁ ସଂକ୍ରମଣ ବଢିବା ଦ୍ୱାରା ରୋଗୀଙ୍କ ସଂସ୍ପର୍ଶରେ ଆସି ୫୦ରୁ ଊର୍ଦ୍ଧ୍ବ ଡାକ୍ତର ଏବଂ ୩୦ରୁ ଅଧିକ ନର୍ସ ସଂକ୍ରମିତ ହୋଇଥିଲେ। ଡାକ୍ତର ଏବଂ ନର୍ସଙ୍କ ସୁରକ୍ଷାକୁ ନଜରରେ ରଖି ଜୁଲାଇ ୧୦ରୁ ଏମସ୍‌ କର୍ତ୍ତୃପକ୍ଷ ଓପିଡି ବନ୍ଦ କରି ଦେଇଥିଲେ। ଏହି ସମୟରେ ରୋଗୀଙ୍କ ଚିକିତ୍ସା ପାଇଁ ଏମସ୍‌ ପକ୍ଷରୁ ଟେଲିମେଡିସନ୍‍ ସେବା ଏବଂ ସ୍ୱାସ୍ଥ୍ୟ ଆପ୍‍ ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଫୋନ୍‌ ଏବଂ ଆପ୍‌ ମାଧ୍ୟମରେ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରୁଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories