www.samajalive.in
Monday, December 15, 2025
15.1 C
Bhubaneswar

ଏମ୍ସ ଭୁବନେଶ୍ୱରରେ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର

ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦଘାଟନ କରିଛନ୍ତି। ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍ ହିତାଧିକାରୀମାନେ ନଗଦବିହୀନ ଚିକିତ୍ସା ସୁବିଧା ବ୍ୟବସ୍ଥାର ସୁଫଳ ସହଜରେ ଏବଂ ବିନା ବାଧାରେ ନେଇପାରିବେ। ଏହି କେନ୍ଦ୍ର ବିଶେଷ କରି ବରିଷ୍ଠ ନାଗରିକ (ସିଜିଏଚଏସର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ)ଙ୍କ ପାଇଁ ଲାଭଦାୟକ ହେଵ ବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦେଶର ୬ଟି ଏମ୍ସ (ଏମ୍ସ ଭୁବନେଶ୍ୱର ସମେତ) ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମାକୁ ଅନୁପାଳନ ପୂର୍ବକ ଏମ୍ସ ଭୁବନେଶ୍ବରରେ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ସୁବିଧା ମାଧ୍ୟମରେ, ସିଜିଏଚଏସ୍ ପେନସନଭୋଗୀ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ଏଠାରେ ଉପଲବ୍ଧ ସମସ୍ତ ଚିକିତ୍ସା ସୁବିଧାର ଲାଭ ଦେୟମୁକ୍ତ ଭାବେ ପାଇପାରିବେ। ପୂର୍ବରୁ ଏହି ବର୍ଗର ହିତାଧିକାରୀମାନେ ଚିକିତ୍ସା ସୁବିଧା ନିମନ୍ତେ ପ୍ରଥମେ ଦେୟ ପ୍ରଦାନ କରୁଥିଲେ। ଏମ୍ସ ଭୁବନେଶ୍ବରରେ ବର୍ତ୍ତମାନ ଉପଲବ୍ଧ ଏହି ସ୍ବତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ସିଜିଏଚଏସ୍ ହିତାଧିକାରୀଙ୍କ ସମୟ ସଞ୍ଚୟ କରିବା ସହିତ ଅନ୍ୟାନ୍ୟ ବିଭିନ୍ନ ସୁବିଧା ପ୍ରଦାନ କରିବ।

ଉଲ୍ଲେଯୋଗ୍ୟ ଯେ, ସିଜିଏଚଏସ୍ ପେନ୍‌ସନ୍‌ଭୋଗୀ ଏବଂ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବର୍ଗ ସିଜିଏଚଏସ୍ ହିତାଧିକାରୀମାନେ ଏମ୍ସ ଓପିଡିରେ ନଗଦବିହୀନ ଚିକିତ୍ସା, ଅନୁସନ୍ଧାନ ଏବଂ ଇନଡୋର ଚିକିତ୍ସା ଲାଭ ନେଇପାରିବେ। ବୈଧ ସିଜିଏଚଏସ୍ ପରିଚୟ ପତ୍ର ମାଧ୍ୟମରେ ହିଁ ହିତାଧିକାରୀମାନେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇପାରିବେ। ସେହିପରି ସିଜିଏଚଏସ୍ ହିତାଧିକାରୀମାନେ ମଧ୍ୟ ଏହି ସୁବିଧା ମାଧ୍ଯମରେ ଏଠାରୁ ଔଷଧ ନେଇପାରିବେ। ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଆଇଟି ସେଲ୍ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories