www.samajalive.in
Sunday, December 14, 2025
17.1 C
Bhubaneswar

ଏମ୍‌ସ ଭୁବନେଶ୍ୱରରେ ବାର୍ଦ୍ଧକ୍ୟ ରୋଗଜନିତ ଚିକିତ୍ସା ସମ୍ପର୍କୀତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ନେଇ ପୂରଣ ହେବ। ତେଣୁ, ଜିଲ୍ଲା ତଥା ତୃଣମୂଳସ୍ତରରେ ଥିବା ମାନବସମ୍ବଳ ଏବଂ ଭିତ୍ତିଭୂମିକୁ ସଠିକ ବିନିଯୋଗପୂର୍ବକ ବରିଷ୍ଠ ନାଗରିକଙ୍କ ସମ୍ପୂର୍ଣ୍ଣ ଯତ୍ନ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ଏମ୍‌ସ ଭୁବନେଶ୍ୱରର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ସମ୍ପର୍କୀତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଏପରି ମତବ୍ୟକ୍ତ କରିଛନ୍ତି ବିଭିନ୍ନ ସରକାରୀ ପ୍ରତିଷ୍ଠାନରୁ ଆସିଥିବା ବରିଷ୍ଠ ବିଶେଷଜ୍ଞ ମଣ୍ଡଳୀ। ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ଏହି ତିନି ଦିନିଆ ତାଲିମ କାର୍ୟ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍‌ପିଟାଲ ଭୁବନେଶ୍ୱର ଏବଂ ଇସ୍ପାତ ଜେନେରାଲ ହସ୍‌ପିଟାଲ ରାଉରକେଲାର ମେଡିସିନ୍‌ ଏବଂ ଅନ୍ୟାନ୍ୟ ବିଭାଗର ବିଶେଷଜ୍ଞ ତଥା ବରିଷ୍ଠ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ସମ୍ପୂର୍ଣ୍ଣ ଚିକିତ୍ସା ତଥା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏହି ତିନିଦିନିଆ ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଂଜନ ମିଶ୍ର, ରାଜ୍ୟ ଏନ୍‌ସିଡି ସେଲର ଡ. ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଅଦ୍ୟାବଧି ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବାକୁ ନେଇ ରହିଥିବା ନାନା ପ୍ରତିବନ୍ଧକ ତଥା ଏହାର ପ୍ରତିକାର ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଏହି ଶିବିରରୁ ତାଲିମ ନେଇଥିବା ମାଷ୍ଟର୍‌ ତାଲିମଦାତାମାନେ ସେମାନଙ୍କର ସଂପୃକ୍ତ ଅଞ୍ଚଳରେ ଉତ୍ସର୍ଗୀକୃତ ଭାବେ ବାର୍ଦ୍ଧକ୍ୟ ଅବସ୍ଥାରେ ଆବାଶ୍ୟକ ହେଉଥିବା ଚିକିତ୍ସା ସମ୍ବନ୍ଧରେ ତଦାରଖ କରିବେ। ଗ୍ରାମାଞ୍ଚଳରେ ବରିଷ୍ଠ ନାଗରିକମାନଙ୍କୁ ବାର୍ଦ୍ଧକ୍ୟ ଅବସ୍ଥା ଜନିତ ରୋଗର ଉପଯୁକ୍ତ ଚିକିତ୍ସା ପ୍ରଦାନନେଇ କ୍ଷେତ୍ର ପ୍ରସ୍ତୁତ କରିବା ଏହି ତାଲିମ ଶିବିରରେ ପ୍ରମୁଖ ଲକ୍ଷ୍ୟ ଥିଲା। ମେଡିସିନ୍, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଫିଜିକାଲ୍ ମେଡିସିନ୍ ଏବଂ ପୁନର୍ବାସ, ୟୁରୋଲୋଜି, ସ୍ନାୟୁବିଜ୍ଞାନ, ପଲ୍ମୋନାରି ମେଡିସିନ୍, ଅଙ୍କୋଲୋଜି, ସାଇକିଆଟ୍ରି, ଏଣ୍ଡୋକ୍ରାଇନୋଲୋଜି ଏବଂ କାର୍ଡିଓଲୋଜି ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ‌ ନେଇ ଗଠିତ ଏକ ବହୁମୁଖୀ ଦଳ ଏହି ତିନି ଦିନିଆ ତାଲିମ କାର୍ୟ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଏମ୍‌ସ ଭୁବନେଶ୍ୱରର ଡିନ୍‌ ଡ. ଦେବାଶିଷ ହୋତା, ପ୍ରଫେସର ଡ. ସୋନୁ ଏଚ୍‌ ସୁବା, ପ୍ରଫେସର ଡ. ବିନୋଦ କୁମାର ପାତ୍ରୋ. ଡ. ସ୍ବୟମ୍‌ପ୍ରଜ୍ଞା ପରିଡ଼ା, ଡ. ଅଭିଷେକ ମିଶ୍ର, ଡ. ଅନ୍ନୁ ଆଣ୍ଟୋନି ଏବଂ ଡ. ଅମ୍ବରିଶ ଦାସ ପ୍ରମୁଖ ବିଶେଷଜ୍ଞ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories