BJD Bijuli 480×75 Mob

ଏଆଇଡ଼ିଏସଓ ତରଫରୁ ସର୍ବଭାରତୀୟ ଛାତ୍ର ଧର୍ମଘଟ

BJD Bijuli 480×75 Mob

ବଲାଙ୍ଗୀର଼ : ଗଣତାନ୍ତ୍ରିକ, ବିଭାଜନକାରୀ ତଥା ସାମ୍ପ୍ରଦାୟିକ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ(ଏଡ଼ଆରସି),ଏନପିଆର, ଜାତୀୟ ଶିକ୍ଷାନୀତି(୨୦୧୯)ଖସଡ଼ା,ଏନଏମସି ଆକ୍ଟ, ଆନ୍ଦୋଳନ ଛାତ୍ରମାନଙ୍କ ଉପରେ ପୁଲିସର ବର୍ବର ଆକ୍ରମଣ, ଫିସ ବୃଦ୍ଧି ଓ ଶିକ୍ଷାର ବ୍ୟବସାୟୀକରଣ, ସାମ୍ପ୍ରଦାୟିକରଣ, ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ୮ଜାନୁୟାରୀ ଏଆଇଡ଼ିଏସଓର ସର୍ବଭାରତୀୟ କମିଟି ଆହ୍ୱାନରେ ସର୍ବଭାରତୀୟ ଛାତ୍ର ଧର୍ମଘଟ ଉପଲକ୍ଷେ ଆଜି ବଲାଙ୍ଗୀର ଜିଲା କମିଟି ତରଫରୁ ରାଜେନ୍ଦ୍ର(ସ୍ୱୟଂଶାସିତ) ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର ଯୁବକ ତଥା ଜନ ମାରଣ ନୀତି ବିରୁଦ୍ଧରେ ଜନ ଅସନ୍ତୋଷକୁ ଦୃଷ୍ଟି ହଟାଇବାକୁ ବିଭାଜନକାରୀ ନୀତି ଆଣି ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରାଯାଉଛି। ସିଏଏ, ଏନଆରସି ମାଧ୍ୟମରେ ଜନଗଣ ମଧ୍ୟରେ ସାମ୍ପ୍ରଦାୟିକତା ଓ ଆଞ୍ଚଳିକତା ଭିତ୍ତିରେ ଦେଶର ଐକ୍ୟକୁ ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି। ଏହି ଫାସିବାଦୀ ସରକାରର ଦମନ ନୀତି ବିରୁଦ୍ଧରେ ସମସ୍ତସ୍ତରର ଜନଗଣ ଏକ ହୋଇ ପ୍ରତିବାଦ ପାଇଁ ଆଗେଇ ଆସିବାକୁ ଏଆଇଡ଼ିଏସଓ ଜାତୀୟ ପରିଷଦ ସଭ୍ୟ ସୁନୀଲ ଭୋଇ ଏବଂ ଜିଲା ସଭାପତି ରାଜେନ୍ଦ୍ର ରଣା ତାଙ୍କ ବକ୍ତବ୍ୟରେ କହିଥିଲେ। ଆଜିର ପ୍ରତିବାଦ ସଭାରେ ଲକ୍ଷ୍ମିଧର ବାଗ, ବିକାଶ ଜେନା, ତ୍ରିଲୋଚନ ସାହୁ, ଖୁସିରାମ ସୁନା, ଉମେଶ ବୁଡ଼େକଙ୍କ ସହ ବହୁ ସଦସ୍ୟ ସାମିଲ ହୋଇଥିଲେ।

Comments are closed.