ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ବିଶ୍ବ ଏଡସ୍ ଦିବସ ପାଳିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏନଏସଏସ ପିଜି ୟୁନିଟ ପକ୍ଷରୁ  ବିଶ୍ବ ଏଡସ ଦିବସ ପାଳନ କରାଯାଇଛି । ଏହି ଅବସରରେ ଏଚଆଇଭି ଏଡସ୍ ମହାମାରୀ ସଂପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏନଏସଏସ ସ୍ବେଚ୍ଛାସେବୀ ମାନେ ବ୍ୟାନର ଓ ପ୍ଲାକର୍ଡ ଧରି କ୍ୟାମ୍ପସରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଶୋଭାଯାତ୍ରା ଏନଏସଏସ ବ୍ୟୁରୋ କାର୍ଯ୍ୟାଳୟରୁ ବାହାରି ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ, ପିଜି କାଉନସିଲ କାର୍ଯ୍ୟାଳୟ ପରିକ୍ରମା କରିବା ପରେ ପ୍ରଶାସନିକ ବ୍ଲକ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସ୍ବେଚ୍ଛାସେବୀଙ୍କ ସହ ବିଶ୍ବବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ, ସୁରକ୍ଷା ଅଧିକାରୀମାନେ ଏଚଆଇଭି ଏଡସ୍ ସଚତନତା  କରିବା ସହ  ଏଚଆଇଭି ଏଡସ୍ ଆକ୍ରାନ୍ତଙ୍କୁ ସାହାଯ୍ୟ ଓ ସହଯୋଗ କରିବା ସହ ରୋଗ ସଂପର୍କରେ ସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ଶପଥ ନେଇଥିଲେ। ପରେ ଏନଏସଏସ ସ୍ବେଚ୍ଛାସେବୀ ମାନେ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ଅନ୍ତରବାଟିଆ, କରାପଲ୍ଲି, ନାରାୟଣପୁର ଗ୍ରାମରେ ଏଡସ୍ ମହାମାରୀ ସଂପର୍କରେ ପ୍ରଥପ୍ରାନ୍ତ ନାଟକ ସହ ଲୋକଙ୍କୁ ରୋଗର କାରଣ ଓ ନିରାକରଣ ସଂପର୍କରେ ବ୍ୟାପକ ସଚେତନତା କରିଥିଲେ। କାର୍ଯ୍ୟକ୍ରମରେ ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଙ୍କର୍ଷଣ ମଲ୍ଲିକ, ଶକ୍ତି ରଞ୍ଜନ ଦାଶଙ୍କ ସହ ସୌମ୍ୟଶ୍ରୀ ସାହୁ ପ୍ରମୂଖ ଭାଗ ନେଇଥିଲେ।

Comments are closed.