www.samajalive.in
Monday, December 15, 2025
14.1 C
Bhubaneswar

ପୋଲାରଜପୁର ବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

ପାତ୍ରପୁର: ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ପୋଲାରଜପୁର ବିଦ୍ୟାଳୟରେ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟ ପ୍ରଧାନଶିକ୍ଷକ  ରାଜେଶ ମହାନ୍ତିଙ୍କ ସଭାପତିତ୍ବରେ,ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀ ମାନେ ନିଜର ମତାମତ ରଖିଥିଲେ । ଏହି ମର୍ମରେ ବିଦ୍ୟାଳୟରେ ଚିତ୍ର ଓ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ନିଜେ ନିଜେ ଧାଡ଼ିରେ ରହି ସୁନ୍ଦର ଭାବେ ଏଡ୍‌ସ ସଂକେତ ତିଆରି କରିଥିଲେ। ବିଜ୍ଞାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସେଠୀ ଓ ଲକ୍ଷ୍ମୀ ନାରାୟଣ ବେହେରା ଏଚଆଇଭି ଓ ଏଡ୍‌ସ କ’ଣ, କାହିଁକି ଓ କେମିତି ବ୍ୟାପେ ତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ। ରୋଗ ଠାରୁ ଦୂରେଇ ରହିବା, ରୋଗୀ ଠାରୁ ନୁହଁ । ଏଡ୍‌ସ ପାଇଁ ଔଷଧ, ନିଜେ ସଚେତନ ରହିବା । ଏମିତି ଅନେକ ସଚେତନତା ମୂଳକ ସ୍ଲୋଗାନ ଦେଇ, ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟରୁ ମନୋନୀତ ହୋଇଥିବା ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ରାଜଦୂତ ଦୁଇ ଶିକ୍ଷକ ଘନଶ୍ୟାମ ସେଠୀ, କୃଷ୍ଣ ଚନ୍ଦ୍ର ସେଠୀ ଓ ଦୁଇ ଛାତ୍ରୀ ନନ୍ଦିନୀ ସାହୁ, ଦୀପ୍ତି ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅରୁଣ ପ୍ରଧାନ ଓ ଅଭିଭାବକ କେଶବ ସାହୁ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories