ମହାନଗରୀର ଯୁବପିଢ଼ି ଫେସନ୍ ଦୌଡ଼ରେ ସବୁଠୁ ଆଗରେ। ବିେଦଶୀ ଷ୍ଟାଇଲ୍୍କୁ ମାତ୍ର ଦିନ କେଇଟାରେ ଏଠା ଯୁବତୀମାନେ ଆପଣେଇଥାନ୍ତି। ହଲିଉଡ ଅଭିନେତ୍ରୀ ଆଞ୍ଜେଲିନ ଜୋଲି ପ୍ରଥମେ ଆଇବ୍ରୋ ଟାଟୋ(ଭ୍ରୂ ଟାଟୁ) କରାଇବା ପରେ ରାତାରାତି ଏହାର ଲୋକପ୍ରିୟତା ବଢ଼ିଥିଲା। ବଲିଉଡ ଅଭିନେତ୍ରୀମାନେ ତୁରନ୍ତ ଏଇ ଷ୍ଟାଇଲ୍କୁ ଆପଣେଇଥିଲେ। ଏବେ ଯୁବତୀ ଓ ମହିଳାଙ୍କ ମଧ୍ୟରେ ଏହି ଷ୍ଟାଇଲ୍ର ଆଦର ଦେଖାଯାଉଛି। ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତରେ ଏହା ଆଖି ବା ଭ୍ରୂର କୌଣସି କ୍ଷତି କରୁନଥିବାବେଳେ ଅତିବେଶୀରେ ୭-୯ହଜାର ଟଙ୍କା ଏଥିପାଇଁ ଖର୍ଚ୍ଚ ହୁଏ। ଦିଲ୍ଲୀର ନାମୀ ସୌନ୍ଦର୍ୟ୍ୟ ବିଶେଷଜ୍ଞ ମନମିତ୍ କୌର୍ ନାଗପାଲ କହିଛନ୍ତି ଏବର ପିଢ଼ି ଶରୀରର ବିଭିନ୍ନ ଅଙ୍ଗ ହାତ, ଗୋଡ଼ ପାଦ, ବେକ ସବୁଠାରେ ଟାଟୁ କରି ନିଜକୁ ଫେସନ୍ ଦୌଡ଼ରେ ସାମିଲ କରାଇଛନ୍ତି। ଏସବୁଠାରୁ ଭ୍ରୂ-ଟାଟୁ ଭିନ୍ନ। ବିଶେଷ କରି ସୁନ୍ଦର ଆଖି ଥିବା ଯୁବତୀ ଓ ମହିଳାମାନେ ଏଇ ଟାଟୋ କଲେ ଅଧିକ ଆକର୍ଷଣୀୟ ଦେଖାଯାଇଥାନ୍ତି।
Popular Categories



