www.samajalive.in
Wednesday, December 10, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇ ବିଧାୟକ ଗିରଫ

ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ୱାମୀଙ୍କୁ ଗାଳି ଦେଇ ଶାସକ ଏଆଇଏଡିଏମ୍‍କେର ବିଧାୟକ କରୁଣାସଙ୍କୁ ପୁଲିସ ଗିରଫ କରିଛି। ଜେଲ୍‍ରେ ଥିôବା ଏଆଇଏଡିଏମ୍‍କେ ନେତ୍ରୀ ଶଶିକଳାଙ୍କ ସେ ଜଣେ ବଡ଼ ସମର୍ଥକ। ତାଙ୍କ ବିରୋଧରେ ସାମ୍ପ୍ରଦାୟିକତା ଓ ଉତ୍ତେଜନା ସୃଷ୍ଟି ପାଇଁ ଉସ୍‍କାଇବା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚନା କରିବା ଭଳି ଗୁରୁତର ମାମଲା ରୁଜୁ ହୋଇଛି।
ଗତ ୧୬ ତାରିଖରେ ମୁକୁଲାଥର ପୁଲି ପଡ଼ାଠାରେ ଆୟୋଜିତ ଏକ ସଭାରେ କରୁଣାସ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ, ପୁଲିସ ଓ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିଥିଲା। କିଛି ଦିନ ପରେ ସେ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ କରିଥିଲେ। କିନ୍ତୁ ପୁଲିସ ରବିବାର ସକାଳୁ ତାଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ତାମିଲନାଡ଼ୁ ବିଧାନସଭାର ବାଚସ୍ପତିଙ୍କୁ ସୂଚିତ କରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅପରପକ୍ଷରେ ପ୍ରଚଳିତ ବିଧିବ୍ୟବସ୍ଥା ଅନୁଯାୟୀ ସେ ମାମଲାର ସାମ୍ନା କରିବେ ବୋଲି କରୁଣାସ କହିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories