www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ : କେନ୍ଦ୍ର ପୂର୍ଣ୍ଣାଙ୍ଗ ବଜେଟ ୨୦୨୪-୨୫ ଉପସ୍ଥାପନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ଏକ ବୈଠକରେ ଆର୍ଥିକ ରଣନୀତି ଉପରେ ଆଲୋଚନା କରିବେ। ଏହା ପରେ ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବୈଠକରେ ପ୍ରମୁଖ ଅର୍ଥନୀତିଜ୍ଞ, ଶିଳ୍ପ ବିଶେଷଜ୍ଞ ତଥା ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ବଜେଟ ସମ୍ବନ୍ଧରେ ସେମାନଙ୍କର ମତାମତ ଏବଂ ସୁପାରିଶ ଉପସ୍ଥାପନ କରିବେ। ବଜେଟରେ କେଉଁ ବିଷୟକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ, ଖଟିଖିଆ, ମଧ୍ୟବିତ୍ତ ବର୍ଗ ଓ ଉଚ୍ଚ ବର୍ଗର ଲୋକଙ୍କୁ ସୁହାଇବା ଭଳି ବଜେଟରେ ବ୍ୟବସ୍ଥା ରଖିବାକୁ ସେମାନେ ମତାମତ ଦେବେ। ତେବେ ଜୁଲାଇ ୭ରେ ଅର୍ଥମନ୍ତ୍ରୀ ସୀତାରମଣ ୧୦ ହିତାଧିକାରୀ ଗୋଷ୍ଠୀର ୧୨୦ ଆମନ୍ତ୍ରିତ ଅତିଥିଙ୍କ ସହିତ ପୂର୍ବ-ବଜେଟ ଆଲୋଚନା ଶେଷ କରିଛନ୍ତି। ସ୍ୱାସ୍ଥ୍ୟ, କୃଷି, ଶକ୍ତି ଏବଂ ଭିତ୍ତିଭୂମି, ଶିକ୍ଷା, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ସମେତ ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଅନେକ ଦିନ ଧରି ଅର୍ଥମନ୍ତ୍ରୀଙ୍କୁ ଭେଟି ବଜେଟରୁ ସେମାନଙ୍କର ମତାମତ ଏବଂ ଆଶା ବ୍ୟକ୍ତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories