www.samajalive.in
Monday, December 15, 2025
14.1 C
Bhubaneswar

ଅହମଦାବାଦ ବିମାନ ଦୁର୍ଘଟଣା, ୩ ମାସ ପୂର୍ବରୁ ବଦଳାଯାଇଥିଲା ଡାହାଣ ଇଞ୍ଜିନ

ଡେସ୍କ: ଅହମଦାବାଦ ବିମାନ ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତଦନ୍ତ କାର୍ଯ୍ୟ ଜୋରସୋର ଚାଲିଛି। ଏୟାର ଇଣ୍ଡିଆର ଏକ ବିମାନ ଏଆଇ-୧୭୧ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତଦନ୍ତର ପ୍ରାରମ୍ଭିକ ପର୍ଯାୟରୁ ଜଣାପଡିଛି, ସମ୍ପୃକ୍ତ ବିମାନର ଡାହାଣ ପଟ ଇଂଜିନ ତିନି ମାସ ପୂର୍ବରୁ ବଦଳାଯାଇଥିଲା। ଏହା ଜଣାପଡିବା ପରେ ତଦନ୍ତର କେନ୍ଦ୍ରବିନ୍ଦୁ ବଦଳିଛି। ଏୟାର ଇଣ୍ଡିଆର ବୋଇଂ ୭୮୭ ଫ୍ଲିଟର ସମ୍ପ୍ରତି ଅଡିଟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କୌଣସି ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଥିବା ପାଇନାହିଁ। କେନ୍ଦ୍ର ଗୃହ ସଚିବଙ୍କ ନେତୃତ୍ୱରେ ବିମାନ ସୁରକ୍ଷା ପ୍ରୋଟୋକଲର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଚାଲିଛି। ଯେକୌଣସି ପଦ୍ଧତିଗତ ଓ ପ୍ରକ୍ରିୟାଗତ ତ୍ରୁଟି ଚିହ୍ନଟ କରିବା ପାଇଁ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଏକ ବିସ୍ତୃତ ତଦନ୍ତ କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories