www.samajalive.in
Monday, December 15, 2025
14.1 C
Bhubaneswar

ଚିନ୍ତାରେ ଚାଷୀ – କୁଆପଥର ମାଡରେ ବ୍ୟାପକ ଫସଲ ହାନୀ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ବାରମ୍ବାର ଲଗାଣ ବର୍ଷା ଏବଂ କୁଆପଥର ବୃଷ୍ଟି ଯୋଗୁଁ ବ୍ୟାପକ ଫସଲ ହାନୀ ହେଉଛି। ଫସଲ ନଷ୍ଟ ଯୋଗୁଁ ଚାଷୀ କୂଳ କ୍ଷତିଗ୍ରସ୍ତ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ଯୋଗୁଁ ଅଞ୍ଚଳର ଅନେକ ଚାଷୀଙ୍କ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବ୍ଲକର ଠେମରା ପଞ୍ଚାୟତର ଫୁଲବନ୍ଧ ଗ୍ରାମର ଚାଷୀ ସୁଶାନ୍ତ ଭରାସଗ୍ରିଆ ନିଜ ଚାଷ ଜମିରେ ଚାଷ କରିଥିଲେ।୧ ଏକର ଜମିରେ ମକା ଚାଷ କରିଥିବା ବେଳେ ଅଧା ଏକର ଜମିରେ କଞ୍ଚା ଲଙ୍କା ଏବଂ ଭେଣ୍ଡି ଚାଷ କରିଛନ୍ତି। ପ୍ରବଳ ବର୍ଷା ଏବଂ କୁଆପଥର ଯୋଗୁଁ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଞ୍ଚଳର ଅନେକ ଲୋକ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଉଥିବା ବେଳେ ନିଜ ପରିବାରକୁ ଦାନା ମୁଠାଏ ଯୋଗାଇବା ପାଇଁ ନିଜ ଚାଷ ଜମିରେ ବହୁ ପରିଶ୍ରମ କରି ଚାଷବାସ କାମକୁ ଆଦରି ନେଇଛନ୍ତି। ବାପା, ମାଆଙ୍କ ସହିତ ପରିବାରର ୭ ଜଣ ଚାଷ ଜମିରେ ପରିଶ୍ରମ କରି ବିଭିନ୍ନ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ଚଳିତ ବର୍ଷ ଅଦିନିଆ ଲଗାଣ ବର୍ଷା ଏବଂ କୁଆପଥର ମାଡ ଯୋଗୁଁ ବାରମ୍ବାର ବହୁ ପରିମାଣରେ ଚାଷ କ୍ଷତିଗ୍ରସ୍ତ ହୋଇଛି।

- Advertisement -

ଧାର ଉଧାର କରି ଚାଷ କରିଥିବା ବେଳେ କ୍ଷତିଗ୍ରସ୍ତ ଯୋଗୁଁ ଚାଷୀ ପରିବାର ଚିନ୍ତାରେ ଘାରି ହେଉଛନ୍ତି। ଗତ ଅପ୍ରେଲ ମାସରେ କୁଆପଥର ମାଡରେ ପନିପରିବା ଚାଷ ନଷ୍ଟ ହୋଇଥିଲା। ଗତକାଲିର କୁଆପଥର ମାଡ ଏବଂ ପ୍ରବଳ ବର୍ଷା ରେ ବହୁ ଚାଷ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଏହି ଚାଷୀ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀଙ୍କୁ ପଚାରିବାରୁ କୃଷି ବିଭାଗ ତଦନ୍ତ କରି ରିପୋର୍ଟ ଦେଲା ପରେ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ। କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ରାଜସ୍ୱ ବିଭାଗକୁ ରିପୋର୍ଟ ଦେବେ ବୋଲି କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories