www.samajalive.in
Sunday, December 7, 2025
23.1 C
Bhubaneswar

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର କର୍ମଚାରୀଙ୍କୁ ଫାଇନାଲ୍‌ ପେନସନ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୫-‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁପାଳନ କରି ୨୦୨୨ ଜୁଲାଇ ୩୦ ତାରିଖରେ ଅବସର ଗ୍ରହଣ କରିଥିବା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ୧୨ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସେମାନଙ୍କର ଅବସର ଦିନରେ ହିଁ ଫାଇନାଲ ପେନସନ ପ୍ରଦାନ କରାଯାଇଛି । କୋରାପୁଟ, ନୂଆପଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର ଏବଂ ଫୁଲବାଣୀ ଜିଲାର ଏଗ୍ରିକଲଚର ଓଭରସିଅର, ସିନିଅର୍‌ ଷ୍ଟେନୋ, ଷ୍ଟାଟିଟିକାଲ୍‌ ଆସିଷ୍ଟାଣ୍ଟ ଆଦି କ୍ଷେତ୍ର କର୍ମଚାରୀ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କୃଷି ନିର୍ଦ୍ଦେଶାଳୟ ତରଫରୁ କର୍ମଚାରୀମାନଙ୍କୁ ଅବସର ଦିନ ଫାଇନାଲ ପେନସନ ପ୍ରଦାନ କାର୍ଯ୍ୟକ୍ରମ ଗତ ୨୦୨୨ ମାର୍ଚ୍ଚରୁ ଆରମ୍ଭ କରାଯାଇଛି ।

ମାତ୍ର ପ୍ରଥମ ଥର ପାଇଁ ଏତେ ସଂଖ୍ୟକ କ୍ଷେତ୍ର କର୍ମଚାରୀମାନଙ୍କୁ ଏଥିରେ ସାମିଲ କରାଯାଇପାରିଛି । କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ ନିର୍ଦ୍ଦେଶକ(ପ୍ରଶାସନ) ଜ୍ୟୋର୍ତିମୟୀ ପ୍ରଧାନ, ଏବଂ ପେନସନ ବିଭାଗର ସମସ୍ତ କର୍ମଚାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ଉଦ୍ୟମ ଯୋଗୁଁ ଏଭଳି କାର୍ଯ୍ୟର ସଫଳ ରୂପାୟନ ହୋଇପାରିଛି। ଏକ ବିଦାୟକାଳୀନ ସଭାରେ ଅଧ୍ୟକ୍ଷତା କରି ନିର୍ଦ୍ଦେଶକ ଶ୍ରୀ ଚୌଧାରୀ ଆଗାମୀ ଦିନମାନଙ୍କରେ ଏଭଳି କାର୍ଯ୍ୟ ଜାରି ରଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅବସରକାଳୀନ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories