‘ଅଗ୍ନିପଥ’ ଯୋଜନାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ‘ଅଗ୍ନିପଥ’ ଯୋଜନା ସହିତ ଜଡ଼ିତ ସମସ୍ତ ଆବେଦନକାରୀଙ୍କ ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ‘ଅଗ୍ନିପଥ’ ଯୋଜନାକୁ ନେଇ ହୋଇଥିବା ଅଭିଯୋଗର ଶୁଣାଣି ଦିଲ୍ଲୀ ହାଇକୋର୍ଟ କରିବେ । କେବଳ ସେତିକି ନୁହେଁ ସୁପ୍ରିମକୋର୍ଟ କେରଳ, ପଞ୍ଜାବ, ହରିୟାଣା, ପାଟଣା ଓ ଉତ୍ତରପ୍ରଦେଶର ହାଇକୋର୍ଟଙ୍କୁ ମଧ୍ୟ ଏନେଇ ନିର୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟର ନିର୍ଦେଶ ଅନୁଯାୟୀ ଏହି ସମସ୍ତ ରାଜ୍ୟର ହାଇକୋର୍ଟ ମାନେ ‘ଅଗ୍ନିପଥ’ ଯୋଜନା ସମ୍ବଧିୟ ସମସ୍ତ ଅଭିଯୋଗ ଦିଲ୍ଳୀ ହାଇକୋର୍ଟକୁ ହସ୍ତାନ୍ତର କରିବେ । ‘ଅଗ୍ନିପଥ’ ଯୋଜନା ଉପରେ ହୋଇଥିବା ସମସ୍ତ ଅଭିଯୋଗ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ପ୍ରକାଶ କରିବେ । ପୂର୍ବରୁ ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ତିନୋଟି ଆବେଦନ କରାଯାଇଥିଲା । ଆବେଦନରେ ଏହି ଯୋଜନା ବନ୍ଦ କରିବାକୁ ଏକ ଦାବି କରିଥିଲେ ଆବେଦନକାରୀ ।
Comments are closed.