ବିକ୍ଷୋଭ କରୁଥିବା ଯୁବକଙ୍କୁ ସେନା ଚାକିରି ଆବେଦନରେ ମିଳିବନି ପୁଲିସ କ୍ଲିୟରାନ୍ସ – ଭାରତୀୟ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ – ଅଗ୍ନିପଥକୁ ବିରୋଧ କରି ସାରା ଭାରତରେ ବିଭିନ୍ନ ଆଶାୟୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିଭନ୍ନ ସ୍ଥାନରେ ଟ୍ରେନ ଏବଂ ସରକାରୀ ସମ୍ପତିକୁ ଭଙ୍ଗାରୁଜା କରିବା ସହ ଏହାକୁ ପୋଡିଜାଳି ଦେଉଛନ୍ତି । ଏପରି ନକରିବା ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାରୀ ସମ୍ପତ୍ତିକୁ ନଷ୍ଟ କରୁଥିବା ଦେଖିବା ପାଇଁ ମିଳିଛି । ଏପରି କରୁଥିବା ଏବଂ ବ୍ୟକ୍ତିମାନଙ୍କୁ କୌଣସି ସେନାବାହିନୀରେ ଆବେଦନ କରିବା ସମୟରେ ପୁଲିସ କ୍ଲିୟରାସନ୍ସ୍ ମିଳିବ ନାହିଁ ବୋଲି ବାୟୁସେନା ମୁଖ୍ୟ ବିବେକରାମ ଚୌଧୁରୀ କହିଛନ୍ତି ।
ହିଂସାତ୍ନକ ପ୍ରଦର୍ଶନକୁ ବାୟୁସେନା ମୁଖ୍ୟ ନିନ୍ଦା କରିଛନ୍ତି । ଅଗ୍ନିପଥ ଯୋଜନାକୁ ସେ ପ୍ରଶଂସା କରିଛନ୍ତି । ଯାହାର ଏ ସମ୍ପର୍କରେ କୌଣସି ସନ୍ଦେହ ରହିଛି ସେ ନିକଟସ୍ଥ ସେନା ଭର୍ତ୍ତି କେନ୍ଦ୍ର କିମ୍ବା କ୍ୟାମ୍ପରେ ଯୋଗାଯୋଗ କରିପାରନ୍ତି ବୋଲି କହିଛନ୍ତି । ଏହି ଯୋଜନାରେ କଅଣ ସବୁ ଲାଭ ଅଛି ସେମାନେ ଜାଣି ପାରିବେ ।
ଏହା ସତ୍ତ୍ୱେ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଉଗ୍ର ବିକ୍ଷୋଭ ପ୍ରଦର୍ଶନ ଦେଖିବା ପାଇଁ ମିଳିଛି । ମାତ୍ର ଅଗ୍ନିବୀରମାନଙ୍କୁ ବିଭିନ୍ନ ସରକାରୀ ଏବେ ଅର୍ଦ୍ଧ ସାମରିକ ବାହିନୀରେ ଭର୍ତ୍ତି ହେବା ପାଇଁ ଅଗ୍ରାଧିକାର ମିଳିବ ବୋଲି ସରକାର ଘୋଷଣା କରିଛନ୍ତି ।
Comments are closed.