ଯୌତୁକ ଜୁଇରେ ଜଲିଗଲେ ପୁଷ୍ପାଞ୍ଜଳି!

- କିରୋସିନି ଢାଳି ମାରିଦେଇଥିବା ଅଭିଯୋଗ

ଆଗଲପୁର: ଆଗଲପୁର ବ୍ଲକ ବୁଦୁଲା ପଞ୍ଚାୟତ ମହଖଣ୍ଡ ଗ୍ରାମର ପୁଷ୍ପାଞ୍ଜଳି ବାରିକଙ୍କୁ ଶାଶୁ ଘର ଲୋକେ କିରୋସିନି ଢାଳି ନିଆଁ ଲଗାଇ ମାରିଦେଇଥିବା ପୁଷ୍ପାଞ୍ଜଳିର ବାପା ଭୀଷ୍ମଦେବ ବାରିକ ଅଭିଯୋଗ କରିଛନ୍ତି। ଭିଷ୍ମଦେବଙ୍କ ଅଭିଯୋଗ ଅନୁସାରେ ୭ ବର୍ଷ ତଳେ ତାଙ୍କର ସାନଝିଅ ପୁଷ୍ପାଞ୍ଜଳିକୁ ବରଗଡ ଜିଲା ବିଜେପୁର ଥାନା ଅଧିସ୍ଥ ଜାରିଂ ଗ୍ରାମରେ ବୈଦିକ ରିତିରେ ଯୋଗେଶ୍ୱର ବାରିକଙ୍କ ପୁତ୍ର ରାଜିନ୍ଦ୍ର ବାରିକଙ୍କ ସହିତ ବିବାହ ଦେଇଥିଲେ। ପରବର୍ତ୍ତି ସମୟରେ ତାଙ୍କ ସ୍ୱାମୀ ରାଜିନ୍ଦ୍ର ,ଶାଶୁ କ୍ଷୀରାଦ୍ରୀ, ଶ୍ୱଶୁର ଯୁଗେଶ୍ୱର, ଦେଢଶୁର ବିଶ୍ୱ ଓ କ୍ଷିରୋଦ୍ର, ଯାଆ ବିନୋଦିନି ଓ ସୁର୍ଯ୍ୟ ସମସ୍ତେ ମିଶି ୧ ଲକ୍ଷ ଟଙ୍କା ଓ ସୁନା ଚେନ ଆଣିବାକୁ ଦାବି କରିଥିଲେ।

ଏ ନେଇ ଆଗରୁ ୨ ଥର ଗଣ୍ଡଗୋଳ ହୋଇଥିଲା। କନ୍ୟା ପକ୍ଷ ଓ ବରପକ୍ଷଙ୍କ ମଧ୍ୟରେ ୨୦୨୦ ସେପ୍ଟେମ୍ବର ୬ ତାରିଖ ଜାରିଂ ଗ୍ରାମର ସରପଞ୍ଚ ଓ ଭଦ୍ରଲୋକଙ୍କୁ ନେଇ ଏକ ବୈଠକ ବସି ସମାଧନ ହୋଇଥିବାର ଦର୍ଶାଇଛନ୍ତି। ଏହା ସହିତ ଶଶୁର ଘର ଲୋକ ପୁଷ୍ପାଞ୍ଜଳିଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେଇଅସୁଥିଲେ। କିନ୍ତୁ ପୁଷ୍ପାଞ୍ଜଳିର ୨ଟି ସନ୍ତାନ ହୋଇଥିବାରୁ ନିର୍ଯ୍ୟାତନାକୁ ସହିଯାଉଥିଲେ। ପୁଷ୍ପାଞ୍ଜଳିର ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୮ ତାରିଖ ସକାଳେ କିରୋସିନି ଓ ପେଟ୍ରୋଲ ଦେହରେ ଢାଳି ନିଆଁ ଲଗାଇ ଦେଇଥିବାରୁ ପୁଷ୍ପାଞ୍ଜଳିର ୯୦ ପ୍ରତଶତ ପୋଡିଯାଇଥିଲା। ପରିବାର ଲୋକଙ୍କୁ ସୂଚନା ନଦେଇ ବୁର୍ଲାକୁ ନେଲା ପରେ ଖବର ଦେଇଥିଲେ। ଗତକାଲି ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ପୁଷ୍ପାଞ୍ଜଳିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ପୁଷ୍ପାଞ୍ଜଳିର ବାପା ଭିଷ୍ମଦେବ ବାରିକ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦଫା ୪୯୮(ଏ), ୩୦୭, ୩୪ ଆଇପିସି ଲଗାଇ ୮୦ ନମ୍ବର ମାମଲା ରୁଜୁ ହୋଇଛି।

Comments are closed.