www.samajalive.in
Sunday, December 7, 2025
26.1 C
Bhubaneswar

ରବି ଶଙ୍କର ପ୍ରସାଦଙ୍କ ପରେ ଶଶୀ ଥରୁରଙ୍କ ଟ୍ୱିଟର ସାମୟିକ ଭାବେ ଅବରୋଧ

ପ୍ରାୟ ଏକ ଘଣ୍ଟା ପାଇଁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟୁଇଟର ଆକାଉଣ୍ଟ ତାଙ୍କୁ ବାରଣ କରାଯାଇ ଥିବା ଜଣାପଡିବା ପରେ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ସେ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଭାପତି ଥିବା ଥରୁର କହିଛନ୍ତି ଯେ ସେ ଭାରତରେ କାର୍ଯ୍ୟ କରୁଥିବା ଟ୍ୱିଟର ଠାରୁ ରବି ଶଙ୍କର ପ୍ରସାଦ ଓ ତାଙ୍କ ଆକାଉଣ୍ଟ ଅବରୋଧ ହେବା ନେଇ ସ୍ପଷ୍ଟୀକରଣ ମାଗିବେ।

ରବି ଶଙ୍କର ପ୍ରସାଦ ଆଜି ‘କୁ’ ଆପରେ କହିଥିଲେ ଯେ ଆମେରିକାର ଡିଜିଟାଲ୍ ମିଲେନିୟମ୍ କପିରାଇଟ୍ ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ଟ୍ୱିଟର ତାଙ୍କୁ ତାଙ୍କ ଆକାଉଣ୍ଟକୁ ଚଳାଇବା ନେଇ ବାରଣ କରିଛି। ସେ କହିଥିଲେ ଯେ ଟ୍ୱିଟର ଆଇଟି ନିୟମ ୨୦୧୧ ଲଙ୍ଘନ କରୁଛି। ଏହି ଘଟଣା ଘଟିବାର କିଛି ସମୟ ପରେ ଥରୁର ଏକ ଟ୍ୱିଟରେ କହିଛନ୍ତି: “ରବିଜୀ, ମୋ ସହିତ ସମାନ ଘଟଣା ଘଟିଛି। ଖାଲି ସେତିକି ନୁହେଁ ଟ୍ୱିଟର ହାଇପର ଆକ୍ଟିଭ୍ ହେଉଛି। ତେବେ କଂଗ୍ରେସ ନେତା କହିଛନ୍ତି ଯେ ସେ ଏହି କାର୍ଯ୍ୟ ପାଇଁ ଟ୍ୱିଟରକୁ ଦାୟୀ କରିବେ ନାହିଁ କିମ୍ବା ରବି ଶଙ୍କର ପ୍ରସାଦ କରିଥିବା ଉଦ୍ଦେଶ୍ୟକୁ ସେ ଦାୟୀ କରିବେ ନାହିଁ, ତଥାପି ବିଦେଶୀ ସଙ୍ଗୀତର କ୍ଷୁଦ୍ର ସ୍ନିପେଟ୍ ବ୍ୟବହାର କରି ଭାରତୀୟମାନେ ସୃଜନଶୀଳ ଭାବରେ ଭିଡିଓ ପ୍ରସ୍ତୁତ କରିବା ଆନନ୍ଦଦାୟକ ନୁହେଁ ବୋଲି ସ୍ୱୀକାର କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories