www.samajalive.in
Sunday, December 7, 2025
23.1 C
Bhubaneswar

ବିଜେଡିରୁ ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେପି ନେତାଙ୍କ ବଡ ବୟାନ; ଅମର କହିଲେ…

ଭୁବନେଶ୍ୱର: ବିଜେଡି ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଛାଡି ପଦ୍ମ ଧରିବା ପରେ ବିଜେପି ନେତା ଅରବିନ୍ଦ ଢାଲି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଭବିଷ୍ୟତରେ ବିଜେଡି ଆଉ ରହିବ ନାହିଁ । ବିଜେଡି ବସା ଖାଲି ହୋଇଯିବ । ବିଜେପି ହେଲା ଜାତୀୟ ଦଳ, ଜାତୀୟ ଦଳର କେବେ ବିଲୟ ହୁଏ ନାହିଁ । ଆଞ୍ଚଳିକ ଦଳର ବିଲୟ ହୋଇଥାଏ । ଗଣମାଧ୍ୟମରେ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ବିଧାୟକ ଅରବିନ୍ଦ ଢାଲି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ଘଣ୍ଟା କାମ କରୁଛନ୍ତି । ସବୁ କାମ ଦ୍ରୁତ ଗତିରେ ଚାଲିଛି । ବିଜେଡି ୨୫ବର୍ଷ ରହି କିଛି କରିପାରିଲା ନାହିଁ । ୫ ବର୍ଷ  ଭିତରେ ସବୁ ପ୍ରତିଶ୍ରୁତି ଏ ସରକାର ପୂରଣ କରିବ ବୋଲି ଅରବିନ୍ଦ ଢାଲି କହିଛନ୍ତି । ସେପଟେ ଢାଲିଙ୍କ ମନ୍ତବ୍ୟ ପରେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଦଳର ଆମୂଳଚୁଳ ସଂଗଠନ ଠିକ୍‍ ନକଲେ ଆଗକୁ ଅନେକ ଅଘଟଣ ଘଟିବ । ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି । ସଂଗଠନ ଠିକ୍‍ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି ଦେଖାଯାଉ ଆଗକୁ କଣ ହେଉଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories