ଭୁବନେଶ୍ବର: ଜାଗମରା ସ୍ଥିତ କ୍ରିଷ୍ଣା ଗାର୍ଡେନ୍ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ କାର୍ ଏବଂ ବାଇକ୍ ପୋଡିଦେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଜାଗମରା ଅଞ୍ଚଳରେ ରହୁଥିବା ଡାକ୍ତର ଜ୍ୟୋସ୍ନା ମହାନ୍ତିଙ୍କ ଘରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ଅବଦୁଲ ହାକିମ୍ ବୋଲି ଜଣାପଡିଛି। ଅବଦୁଲ ପୂର୍ବରୁ ଡାକ୍ତରଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ଚାକିରିରୁ ବିଦା ହେବା ପରେ ଅବଦୁଲ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ଡାକ୍ତରଙ୍କ ଘରର ସିସି ଟିଭି ଫୁଟେଜ୍ ଆଧାରରେ ଅବଦୁଲ ଧରାପଡିଛନ୍ତି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି।
Popular Categories



