nua o banner

ଛତିଶଗଡ଼ରେ ମାଓ ହମଲା ପରେ ଚିନ୍ତାରେ ନେତା

BJD Bijuli 480×75 Mob

ଲକ୍ଷ୍ମୀପୁର: ସାଧାରଣ ନିର୍ବାଚନ ଦୁଇ ଦିନ ପୂର୍ବରୁ ପଡୋଶୀ ଛତିଶଗଡ଼ର ଦାନ୍ତେୱାଡାରେ ମଙ୍ଗଳବାର ଅପରାହ୍ନରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ବିଜେପି ବିଧାୟକଙ୍କ ମୃତ୍ୟୁ ହେବା ସହ ୫ଜଣ ଯବାନ ସହୀଦ ହୋଇଛନ୍ତି। ଯେଉଁଥିପାଇଁ କୋରାପୁଟ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ମଙ୍ଗଳବାର ଜିଲ୍ଲାର ସମସ୍ତ ପୁଲିଂ ପାର୍ଟିଙ୍କୁ ସେମାନଙ୍କ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚାଇ ଦିଆଯାଇଛି। ଅପରାହ୍ନରେ ପ୍ରଚାର କାର୍ଯ୍ୟ ସରିଥିଲେ ମଧ୍ୟ ନେତା ଓ କର୍ମୀମାନେ ମାଓ ପ୍ରବଣ ଦୁର୍ଗମ ଅଞ୍ଚଳରେ କିପରି ପ୍ରବେଶ କରିବେ , ସେ ଚୀନ ସମସ୍ତଙ୍କୁ ଘାରିଛି। ଜିଲ୍ଲାର ବନ୍ଧୁଗାଁ ଠାରୁ ଆରମ୍ଭ କରି ନାରାୟଣପାଟଣା, ଲକ୍ଷ୍ମୀପୁର, ପଟାଙ୍ଗୀ, ନନ୍ଦପୁର, ଲମତାପୁଟ ସହିତ ବୈପାରୀଗୁଡା ଅଞ୍ଚଳରେ ପୂର୍ବରୁ ମାଓବାଦୀଙ୍କ ପ୍ରଭାବ ଥିଲା ବେଳେ ଏବେ ସେହି ସବୁ ଅଞ୍ଚଳରେ ସୀମା ସୁରକ୍ଷା ବଳ ଏବଂ କେନ୍ଦ୍ରୀୟ ଫୋର୍ସର ଉପସ୍ଥିତି ଓ କମ୍ଭିଂ ଅପରେସନ ଜୋରଦାର କରାଯାଉଥିବାରୁ ସେଠାରେ ମାଓବାଦୀ ନ ଥାଇ ପାରନ୍ତି। କିନ୍ତୁ ଗାଁକୁ ଯିବାକୁ ନେତାଙ୍କୁ ଭୟ ଘାରିଛି। ଅନ୍ୟ ପକ୍ଷରେ ମାଓ ଉପଦ୍ରୁତ ଅଞ୍ଚଳରେ ହାଇ ଆଲର୍ଟ ଜାରି ସହ ପ୍ରାର୍ଥୀମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପୋଲିସ ଡିଜି କହିବା ପରେ ପ୍ରାର୍ଥୀମାନେ ଚିନ୍ତାରେ ପଡିଛନ୍ତି।

Comments are closed.