www.samajalive.in
Friday, December 12, 2025
15.1 C
Bhubaneswar

କାଶ୍ମୀର ପ୍ରସଙ୍ଗକୁ ନେଇ ଗମ୍ଭୀର-ଆଫ୍ରିଦି ମୁହାଁମୁହିଁ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି ଭାରତ ସରକାର। ଭାରତ ସରକାରଙ୍କ ଏହି ପଦକ୍ଷେପକୁ ନେଇ କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ଓ ପାକିସ୍ତାନର ପୂର୍ବତନ ଅଲାରାଉଣ୍ଡରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଫ୍ରିଦି ଟ୍ବିଟ୍‌ କରି ଏହାକୁ ବିରୋଧ କରିବା ସହ କାଶ୍ମୀର ଜନସାଧାରଣଙ୍କ ସ୍ବତନ୍ତ୍ରତା ହଜିଯାଇଛି ବୋଲି ଦର୍ଶାଇଥିଲେ। ଏହି ପ୍ରସଙ୍ଗରେ ଜାତିସଂଘ ତୁରନ୍ତ ହସ୍ତକ୍ଷେପ କରିବାକୁ ଆଫ୍ରିଦି ଦାବି କରିବା ସହ କ’ଣ ପାଇଁ ଜାତିସଂଘ ହାତବାନ୍ଧି ବସିଛି ବୋଲି ପ୍ରଶ୍ନ ଉଠାଇଥିଲେ। ସେହିପରି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତୁରନ୍ତ କାଶ୍ମୀର ବିବାଦରେ ମଧ୍ୟସ୍ଥତା କରିବା ଉଚିତ୍‌ ବୋଲି ଆଫ୍ରିଦି ଟ୍ବିଟ୍‌ କରିଥିଲେ। ଏହାବାଦ୍‌ ଭାରତ ସରକାରଙ୍କ ଏପରି ପଦକ୍ଷେପ କାଶ୍ମୀରବାସୀଙ୍କ ମାନବିକ ଅଧିକାର ବିରୋଧରେ ଅପରାଧ ବୋଲି ଆଫ୍ରିଦି ଲେଖିବାକୁ ପଛାଇନଥିଲେ।
ଆଫ୍ରିଦି ଟ୍ବିଟ୍‌ କରିବାର କିଛିସମୟ ପରେ ତା’ର କଡ଼ା ଜବାବ ଦେଇଛନ୍ତି ଗୌତମ ଗମ୍ଭୀର। ନିଜ ଟ୍ବିଟର୍‌ ଆକାଉଣ୍ଟରେ ଗମ୍ଭୀର ଦର୍ଶାଇଛନ୍ତି ଭାରତ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଠିକ୍‌। ଆଫ୍ରିଦି କାଶ୍ମୀରରେ ମାନବିକ ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଇଛନ୍ତି। ତେବେ ତାଙ୍କୁ ପାକ୍‌ ଅଧିକୃତ କାଶ୍ମୀରରେ ମାନବିକ ଅଧିକାର କିପରି ଭାବେ କ୍ଷୁଣ୍ଣ କରାଯାଉଛି ତାହା ବୋଧେ ଦେଖାଯାଉନି। ଆଫ୍ରିଦି ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ଖୁବ୍‌ଶୀଘ୍ର ଭାରତ ସରକାର ପାକ୍‌ ଅଧିକୃତ କାଶ୍ମୀର କଥା ମଧ୍ୟ ବୁଝିବେ। ସୂଚନାଥାଉକି ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ଧାରା ଉଚ୍ଛେଦ କରିଥିବାରୁ ଅନେକ ଭାରତୀୟ କ୍ରୀଡ଼ାବିତ୍‌ ଏହାକୁ ସ୍ବାଗତ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories