www.samajalive.in
Friday, December 12, 2025
15.1 C
Bhubaneswar

ନୂଆ ଚେହେରା ଅରହାନ୍ ଖାନ୍

ମୁମ୍ବଇ : ସଲମାନ୍‌‌ ଖାନ୍‌‌ଙ୍କ ସାନ ଭାଇ ଅରବାଜ୍‌ ଖାନ୍‌‌ଙ୍କ ପୁଅ ହେଲେ ଅରହାନ୍ ଖାନ୍। ୧୬ ବର୍ଷୀୟ ଅରହାନ୍ ଆଜିକାଲି ବଡ଼ବାପାଙ୍କ ସହ ବିଭିନ୍ନ ଚଳଚ୍ଚିତ୍ରର ସୁଟିଂ ସେଟ୍‌୍କୁ ଯାଉଛନ୍ତି। ଏପରିକି ଦବଙ୍ଗ-୩ରେ ସହଯୋଗୀ ଭାବେ କାମ କରୁଥିବାର ଶୁଣାଯାଉଛି। ଅରବାଜ୍‌ ଓ ତାଙ୍କ ପୂର୍ବ ପତ୍ନୀ ମଲାଇକା ଅରୋରାଙ୍କ ପୁଅ ଅରହାନ୍ ସିନେଜଗତରେ କ୍ୟାରିୟର କରିବେ, ତାହା ସ୍ପଷ୍ଟ ହୋଇଗଲାଣି। ମଲାଇକା ମଧ୍ୟ ଏକ ସାକ୍ଷାତକାର୍‌୍ରେ କହିଛନ୍ତି, ଏଇ କିଛି ମାସ ତଳେ ହିଁ ଅରହାନ୍ ନିଜ ମନର କଥା କହିଛନ୍ତି। ପିଲାଦିନୁ ସେହିଭଳି ପରିବେଶରେ ବଢ଼ିବା ସହ ବଡ଼ବାପା ସଲମାନ୍ ମଧ୍ୟ ତାଙ୍କୁ ଉତ୍ସାହିତ କରୁଥିଲେ। ଅରବାଜ୍‌ଙ୍କ କହିବାନୁସାରେ, ତାଙ୍କ ପୁଅର ସମସ୍ତ ଦାୟିତ୍ବ ସଲମାନ୍ ନେଇଛନ୍ତି। ଏଣୁ କେଉଁ ନିର୍ଦେଶକଙ୍କ ସହ ଅରହାନ୍ ନିଜ ସିନେ କ୍ୟାରିୟରର ଶୁଭାରମ୍ଭ କରିବେ, ତାହାର ନିଷ୍ପତ୍ତି ମଧ୍ୟ ସଲମାନ୍ ହିଁ ନେବେ। ଏବେ କିଛି ବର୍ଷ ଅରହାନ୍ ସୁଟିଂସେଟ୍‌୍ରେ ସହଯୋଗୀ ଭାବେ କାମ କରିବେ ବୋଲି ପରିବାର ତରଫରୁ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories