www.samajalive.in
Friday, December 12, 2025
15.1 C
Bhubaneswar

ବିଦେଶୀ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ସପକ୍ଷରେ ନାହିଁ ସିଏସି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ସମେତ ସପୋର୍ଟ ଷ୍ଟାପ୍‌ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ଜାରି କରିଥିଲା ବିସିସିଆଇ। ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ବର୍ତ୍ତମାନ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିବା ରବି ଶାସ୍ତ୍ରୀଙ୍କ ସମେତ ଟମ୍‌ ମୁଡ଼ି, ମାଇକ ହେସେନ୍‌ଙ୍କ ପରି ବିଦେଶୀ ଦୌଡ଼ରେ ଅଛନ୍ତି। ମୁଖ୍ୟ ପ୍ରଶିକ୍ଷକ ପଦରେ କାହାକୁ ନିଯୁକ୍ତ କରାଯିବ ତା’ର ନିଷ୍ପତ୍ତି କ୍ରିକେଟ୍‌ ପରାମର୍ଶଦାତା କମିଟି (ସିଏସି) ନେବ। ଏହି କମିଟିରେ ପୂର୍ବତନ ଅଧିନାୟକ କପିଳ ଦେବ, ଅଂଶୁମାନ ଗାଏକ୍ବାଡ୍‌ ଓ ଶାନ୍ତା ରଙ୍ଗାସ୍ବାମୀ ଅଛନ୍ତି।
ବିଦେଶୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବା ସପକ୍ଷ​‌େ​ର ସିଏସି ନ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ପଦ ବଜାୟ ରଖିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସିଏସିର ଜନୈକ ସଦସ୍ୟ କହିଛନ୍ତି ବିଦେଶୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବାକୁ କମିଟି ଆଗ୍ରହୀ ନୁହେଁ। ଗ୍ୟାରି କର୍ଷ୍ଟନଙ୍କ ସମକକ୍ଷ କୌଣସି ବିଦେଶୀ ଯଦି ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ଆବେଦନ କରିଥାନ୍ତେ ତେବେ ସିଏସି ତାହାକୁ ଗୁରୁତ୍ବର ସହ ବିଚାର କରିଥାନ୍ତା। ତେବେ ଏଭଳି କୌଣସି ବ୍ୟକ୍ତି ଆବେଦନ କରିନଥିବାରୁ ବିଦେଶୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିବାକୁ କମିଟି ଚାହୁଁ ନାହିଁ। ଅନ୍ୟପକ୍ଷରେ ରବି ଶାସ୍ତ୍ରୀଙ୍କ ଅଧୀନରେ ଭାରତୀୟ ଦଳ ଆଶାନୁରୂପ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବଦଳାଯିବାର କୌଣସି ଆବଶ୍ୟକତା ନାହିଁ।
ସୂଚନାଥାଉକି ରବି ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ବାଦ୍‌ ଦେବା ବର୍ତ୍ତମାନ ପରିସ୍ଥିତିରେ ଉଚିତ୍‌ ହେବ ନାହିଁ ବୋଲି ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କିଛିଦିନ ମତ ଦେଇଥିଲେ। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀ ପଦ ବଜାୟ ରଖିବା ସପକ୍ଷରେ ମତ ଦେଇଛନ୍ତି। କୋହଲି ଓ ଶାସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିବାରୁ ଏହା ଭାରତୀୟ ଦଳ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଛି। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ରବି ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରେ ପୁନର୍ବାର ନିଯୁକ୍ତ କରାଯିବା ଉଚିତ୍‌।
ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ସିଏସି ଯେଉଁ ନିଷ୍ପତ୍ତି ନେବ ତାହା ଚୂଡ଼ାନ୍ତ ବୋଲି କ୍ରିକେଟ୍ ପ୍ରଶାସକ କମିଟି (ସିଓଏ) ମୁଖ୍ୟ ବିନୋଦ ରାୟ ସ୍ପଷ୍ଟ କରି ଦେଇଛନ୍ତି। କମିଟିରେ ୩ଜଣ ସଦସ୍ୟ ରହିଥିବା ବେଳେ ଯଦି ୩ଜଣ ଯାକ ଅଲଗା ଅଲଗା ନାମକୁ ମୋହର ମାରନ୍ତି ତେବେ କପିଳ ଦେବ ଯାହା ସପକ୍ଷ​‌େ​‌ର ମତ ଦେବେ ସେ ହିଁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇବେ ବୋଲି ବିନୋଦ ସ୍ପଷ୍ଟ କରି ଦେଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ପଦ ନିମନ୍ତେ ବହୁ ବ୍ୟକ୍ତି ଆବେଦନ କରିଥିବା ବେଳେ ସଂକ୍ଷିପ୍ତ ତାଲିକା କେବେ ପ୍ରସ୍ତୁତ କରାଯାଇ ସାକ୍ଷାତକାର ନିଆଯିବ ସେଥିନେଇ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଚଳିତମାସ ମଧ୍ୟଭାଗରେ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିନୋଦ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories