www.samajalive.in
Sunday, December 14, 2025
17.1 C
Bhubaneswar

ତାଲିବାନ ଶାସନରେ ଚାକିରି ହରାଇଲେଣି ୬୪୦୦ ସାମ୍ବାଦିକ

ୱାଶିଂଟନ: ଆଫଗାନିସ୍ତାନରେ ତାଲିବାନ ସଂଗଠନ କ୍ଷମତା ଦଖଲ ପରେ ଏଠାରେ ପ୍ରାୟ ୬୪୦୦ ସାମ୍ବାଦିକ କର୍ମ ହରାଇଛନ୍ତି। ତଥ୍ୟ ଅନୁଯାୟୀ ତାଲିବାନଙ୍କ କ୍ଷମତା ଦଖଲ ପରେ ଆଫଗାନିସ୍ତାନ ଗଣମାଧ୍ୟମ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଅନେକ ଗଣମାଧ୍ୟମ ସଂସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ରିପୋର୍ଟସ ୱିଦାଉଟ୍ ବର୍ଡର (ଆରଏସ୍‌ଏଫ୍‌) ଏବଂ ଆଫଗାନ ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ପକ୍ଷରୁ ହୋଇଥିବା ସର୍ଭେରେ ଏହା କୁହାଯାଇଛି। ଦେଶରେ ପ୍ରାୟ ୨୩୧ଟି ମିଡିଆ ସଂସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଯାହା ଦେଶର ମୋଟ ଗଣମାଧ୍ୟମ ସଂସ୍ଥାର ପାଖାପାଖି ଅଧା। ୬୦% ସାମ୍ବାଦିକ ଏବେ କର୍ମ ହରାଇଛନ୍ତି। ୮୦% ମହିଳା ସାମ୍ବାଦିକ ବୃତ୍ତି ହରାଇଛନ୍ତି।

ତାଲିବାନଙ୍କ କ୍ଷମତା ଦଖଲ ପୂର୍ବରୁ ଆଫଗାନିସ୍ତାନରେ ୫୪୩ଟି ଗଣମାଧ୍ୟମ ସଂସ୍ଥା ଥିଲା। ନଭେମ୍ବର ମାସ ବେଳକୁ ଏଥିରୁ ମାତ୍ର ୩୧୨ଟି କାର୍ଯ୍ୟକ୍ଷମ ରହିଥିଲା। ସରକାର ଗଠନ ସମୟରେ ତାଲିବାନ ସରକାର ପ୍ରତିଶ୍ରୁତି ଦେଇଥିଲା ଯେ ଏହା ମହିଳା ଅଧିକାରକୁ ସୁରକ୍ଷା, ଗଣମାଧ୍ୟମର ସ୍ବାଧୀନତା ଦେବ। ଏବେ କିନ୍ତୁ ତାଲିବାନ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ଦମନ କରାଯାଉଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories