www.samajalive.in
Saturday, December 6, 2025
16.1 C
Bhubaneswar

ବାୟୋ ଜେଟ୍‍ ଇନ୍ଧନ ନେଇ ଉଡିଲା ପଣ୍ୟବାହୀ ବିମାନ

ନୂଆଦିଲ୍ଲୀ : ବ୍ଲେଣ୍ଡେଡ୍‍ ବାୟୋ ଜେଟ୍‍ ଇନ୍ଧନ ବ୍ୟବହାର କରି ପ୍ରଥମଥର ପାଇଁ ଭାରତୀୟ ବିମାନ ବାହିନୀର ଏକ ପଣ୍ୟବାହୀ ବିମାନ ଏଏନ୍‍.- ୩୨ ସଫଳତାର ସହିତ ଉଡ଼ାଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏୟାରକ୍ରାଫ୍ଟ ଏବଂ ଟେଷ୍ଟିଂ ଏଷ୍ଟାବ୍ଲିସ୍‍ମେଣ୍ଟ ପକ୍ଷରୁ ଏହି ଉଡ଼ାଣ କରାଯାଇଛି। ଆଇଏଏଫ୍‍, ଡିଆର୍‍ଡିଓ, ଏରୋନଟିକାଲ୍‍ ଗୁଣବତ୍ତା ନିର୍ଦ୍ଦେଶାଳୟ ଏବଂ ସିଏସ୍‍ଆଇଆର୍‍ – ଭାରତୀୟ ପେଟ୍ରୋଲିୟମ୍‍ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲା।
ମନ୍ତ୍ରଣାଳୟ କହିଛି ପ୍ରଥମେ ଭୂମି ଉପରେ ଏହି ଇନ୍ଧନ ବ୍ୟବହାର କରାଯାଇ ବିମାନ ଇଞ୍ଜିନ୍‍ର ଅନୁଧ୍ୟାନ କରାଯାଇଥିଲା। ଛତିଶଗଡ଼ର ବାୟୋଡିଜେଲ୍‍ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାଟ୍ରୋଫା ତେଲରୁ ପ୍ରସ୍ତୁତ ଏହି ତୈଳକୁ ଡେରାଡୁନ୍‍ସ୍ଥିତ ସିଏସ୍‍ଆଇଆର୍‍- ଆଇଆଇପି ସଂସ୍ଥାନ ଅଧିକ ବ୍ୟବହାର ଉପଯୋଗୀ କରିଥିଲା। ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‍ରେ ଏହି ବାୟୋଡିଜେଲ୍‍ ବ୍ୟବହାର କରାଯାଇ ପ୍ରଥମଥର ପାଇଁ ଏଏନ୍‍-୩୨ ପଣ୍ୟବାହୀ ଉଡ଼ାଜାହାଜର ଉଡ଼ାଣ ପ୍ରଦର୍ଶନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories