www.samajalive.in
Saturday, December 6, 2025
15.1 C
Bhubaneswar

ପେଥାଇ ପ୍ରଭାବରେ ପ୍ରବଳ ବର୍ଷା

ଦ୍ୱାରଶୁଣି : ପେଥାଇର ପ୍ରଭାବରେ ମଙ୍ଗଳବାର ଦିନ ବାଙ୍ଗିରିପୋଷି ବ୍ଲକ ସହ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି। ସୋମବାର ସନ୍ଧ୍ୟାରୁ ବାରିପଦା ସହର ସମେତ ଜିଲାର ବିଭିନ୍ନ ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ମଙ୍ଗଳବାର ସକାଳୁ ପବନ ସହ ଝିପଝିପ୍ ବର୍ଷା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। ବର୍ଷା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ସମସ୍ତ ମୟୁରଭଞ୍ଜ ଜିଲାରେ କଳା ବାଦଲ ଆକାଶକୁ ଢ଼ାଙ୍କି ରଖିଥିବା ବେଳେ ଦିନ ୧.୩୦ଟା ବେଳେ ସମଗ୍ର ଅଞ୍ଚଳରେ ଅନ୍ଧାର ମାଡ଼ି ରହିଛି। ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଥିବା ସହ କୋହଲା ପାଗ ବୟସ୍କ ବ୍ୟକ୍ତିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମୟୁରଭଞ୍ଜ ଜିଲାର ସାମାଖୁଣ୍ଟା, ଜାମଦା, ବହଲଦା, କୁସୁମୀ, ଠାକୁରମୁଣ୍ଡା ଆଦି ବ୍ଲକରେ ୫୦ମିଲି ଲିଟରରୁ ଅଧିକ ବର୍ଷା ହୋଇଛି ବୋଲି ସୂଚନା ମିଳିଛି। ଏଥିସହ ମୟୁରଭଞ୍ଜ ଜିଲାର ୨୬ଟି ବ୍ଲକରେ ମୋଟ ୭୬୪.୮୮ମିଲି ଲିଟର ବର୍ଷା ରେକର୍ଡ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories