www.samajalive.in
Monday, December 15, 2025
26.1 C
Bhubaneswar

କଞ୍ଚା ଆମ୍ବର ଉପକାରିତା

ପାଚିଲା ଆମ୍ବର ମିଠା ସୁଆଦ ହିଁ ଲୋକଙ୍କୁ ଆକର୍ଷିତ କରିଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ କଞ୍ଚା ଆମ୍ବ ଖାଇଲେ ମଧ୍ୟ ତାହାର ଉତ୍ତମ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।
– କଞ୍ଚା ଆମ୍ବ ଚଟଣି, ଖଟା କିମ୍ବା ଆଚାର ଖାଇବା ଶରୀର ପାଇଁ ହିତକାରୀ। ଗ୍ରୀଷ୍ମରେ ହେଉଥିବା ଅଂଶୁଘାତ ପ୍ରଭାବରୁ ଆମ୍ବ ଖାଇଲେ ରକ୍ଷା ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍ ପୋଷକତତ୍ତ୍ୱ ଥିବାବେଳେ ତାହା ଶରୀରରେ ଜଳ ସ୍ତରକୁ ନିୟନ୍ତ୍ରଣ କରେ।
– ଅମ୍ଳ, ପେଟ ସମସ୍ୟା ଆଦି ଉପୁଜୁଥିଲେ କଞ୍ଚା ଆମ୍ବର ଚଟଣି କିମ୍ବା ଆଚାର ଖାଇପାରିବେ। ଫାଇବର ଭରପୂର ଏଇ ଫଳ ପେଟ ସମସ୍ୟାରୁ ରକ୍ଷା କରେ।
– କଞ୍ଚା ଆମ୍ବ ଖାଇଲେ ଆମ ଯକୃତ ଭଲଭାବେ କାମ କରିବା ସହ ଯକୃତରେ ଉତ୍ପନ୍ନ ହେଉଥିବା ବାଇଲ୍‌ ଜୁସ୍‌ ମଧ୍ୟ ଉତ୍ତମ ଭାବେ କାମ କରୁଥିବାର ପରୀକ୍ଷାରୁ ଜଣାପଡ଼ିଛି।
– ଓଜନ ନିୟନ୍ତ୍ରଣରେ ରଖିବା ସହ କୋଲେଷ୍ଟରଲ୍‌ ସ୍ତରକୁ ମଧ୍ୟ କଞ୍ଚା ଆମ୍ବ କରିଥାଏ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories