www.samajalive.in
Friday, December 12, 2025
19.1 C
Bhubaneswar

୧୦୨ଶିଶୁଙ୍କ ଜୀବନ ନେଲାଣି ଏନ୍‌ସେଫାଲାଇଟିସ୍‌

ମୁଜାଫରପୁର: ବିହାରରେ ଏନ୍‌ସେଫାଲାଇଟିସ୍‌ ଜ୍ୱର ଗୁରୁତର ଆକାର ଧାରଣ କରିଛି। ଏହି ଜ୍ୱରରେ ରବିବାର ସୁଦ୍ଧା ଗତ ଦୁଇ ସପ୍ତାହ ମଧ୍ୟରେ ୧୦୨ ଶିଶୁଙ୍କ ମୃତ୍ୟୁ ହେଲାଣି। ମୁଜାଫରପୁରଠାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାବେଳେ ଏଠାରେ ମୃତ୍ୟୁସଂଖ୍ୟା ୮୮ ବୋଲି ସରକାରୀ ଭାବେ କୁହାଯାଇଛି। ରବିବାର ଗୋଟିଏ ଦିନରେ କେଜରିୱାଲ ହସ୍ପିଟାଲରେ ୩ ଶିଶୁଙ୍କ ସହ ମୋଟ ୧୪ ଜଣ ପ୍ରାଣ ହରାଇଛନ୍ତି। ବୈଶାଳୀଠାରେ ୧୧, ମୋତିହାରିଠାରେ ୨ଶିଶୁଙ୍କ ପ୍ରାଣହାନି ଘଟିଛି। କେବଳ ମୁଜାଫରପୁର ଜିଲାରେ ୧୩୦ ଆକ୍ରାନ୍ତ ସମ୍ପ୍ରତି ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରବିବାର ପାଟନାଠାରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ତଥା ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ମୁଜାଫରପୁର ଗସ୍ତ କରିଛନ୍ତି।

କେନ୍ଦ୍ରରୁ ପ୍ରେରିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ସହିତ ମଧ୍ୟ ସେ ଆଲୋଚନା କରିଥିବା ଜଣାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ ମାଧ୍ୟମରେ ପ୍ରଭାବିତ ଅଞ୍ଚଳରେ ପ୍ରତିକାର ବିଧାନ ସହ ସ୍ୱାସ୍ଥ୍ୟସେବାରେ ବିକାଶ ଘଟାଇବାକୁ ସେ ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁକଲ୍ୟାଣ ବିଭାଗକୁ ମଧ୍ୟ ଏଥିରେ ସାମିଲ କରାଯାଇ ଦୀର୍ଘସୂତ୍ରୀ ପଦକ୍ଷେପ ନେବାକୁ ବର୍ଦ୍ଧନ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ବିପତ୍ତି ସମୟରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇଦେବା ସହ ପରିସ୍ଥିତିର ନିୟମିତ ସମୀକ୍ଷା କରୁଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ନିୟମିତ ଯୋଗାଯୋଗ ରଖାଯାଇଥିବା ସେ କହିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories