www.samajalive.in
Tuesday, December 9, 2025
15.1 C
Bhubaneswar

୧୮ ବର୍ଷର ଝିଅକୁ କେନ୍ଦ୍ର ସରକାର ନିଜର ଶତ୍ରୁ ମାନୁଛନ୍ତି: ଅଧୀର ରଞ୍ଜନ

ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସୋମବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୃଷି ଆଇନ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହିତ ୧୮ ବର୍ଷର ଝିଅକୁ କେନ୍ଦ୍ର ସରକାର ନିଜର ଶତ୍ରୁ ବୋଲି ଭାବୁଥିବା ସେ କହିଛନ୍ତି। ଅଧୀର କହିଛନ୍ତି, ସଚିନ ତେନ୍ଦୁଲକର ଏବଂ ଲତା ମଙ୍ଗେସକରଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବିପଥଗାମୀ କରାଯାଉଛି। ଆମ ଦେଶ କ’ଣ ଏତେ ଦୁର୍ବଳ ଯେ, ଆନ୍ଦୋଳନକୁ ସମର୍ଥନ କରୁଥିବା ଜଣେ ୧୮ ବର୍ଷୀୟା ଝିଅ(ଗ୍ରେଟା ଥନବର୍ଗ)କୁ ସରକାର ନିଜର ଶତ୍ରୁ ମାନୁଛନ୍ତି ?

ଅଧୀର ଆହୁରି କହିଥିଲେ ଯେ, ଯେତେବେଳେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ବସିଛନ୍ତି, ସେତେବେଳେ ଆମେ ଚୁପ୍‌ ରହିପାରିବ ନାହିଁ। ୨୦୦ରୁ ଅଧିକ କୃଷକ ନିଜ ଜୀବନ ହରାଇଛନ୍ତି ଏବଂ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ଉପରେ ରୋକ୍‌ ଲଗାଇବା ପାଇଁ ରାସ୍ତାରେ ବାରିକେଡ୍‌ କରାଯାଇଛି। ଆମର ଦାବି ଥିଲା ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କୃଷକମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ।

- Advertisement -

ସୂଚନାଯୋଗ୍ୟ, ସୁଇଜରଲାଣ୍ଡର ପରିବେଶ କର୍ମୀ ଗ୍ରେଟା ଥନବର୍ଗ ନିକଟରେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଏକ ଟ୍ବିଟ୍‌ କରିଥିଲେ। ଏହି ଟ୍ବିଟ୍‌କୁ ନେଇ ଦିଲ୍ଲୀ ପୁଲିସ ଏକ ଏତଲା ରୁଜୁ କରିଥିଲା। ଏହା ପରେ ଥନବର୍ଗ ଲେଖିଥିଲେ, ମୁଁ କୃଷକମାନଙ୍କ ସହିତ ଛିଡ଼ା ହୋଇଛି ଏବଂ ସେମାନଙ୍କ ଶାନ୍ତିପୂର୍ଣ୍ଣ ବିରୋଧକୁ ସମର୍ଥନ କରୁଛି। କୌଣସି ପ୍ରକାର ଘୃଣା, ଭୟ ଏହାକୁ ବଦଳାଇ ପାରିବ ନାହିଁ। ତେବେ ପରବର୍ତ୍ତୀ ସମୟରେ ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, କୃଷକ ଆନ୍ଦୋଳନକୁ କିପରି ସମର୍ଥନ ମିଳିବ ସେନେଇ କରାଯାଇଥିବା ଏକ ଟ୍ବିଟ୍‌ ଉପରେ ଏତଲା ରୁଜୁ ହୋଇଛି। ସେଥିରେ କାହାର ନାମ ଉଲ୍ଲେଖ କରାଯାଇ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories