ବଢିପାରେ ଆଧାର ସଂଯୋଗ ସମୟ ସୀମା

0

ନୂଆଦିଲ୍ଲୀ : ବିଭିନ୍ନ ସରକାରୀ ସେବା ଓ ଯୋଜନା ନିମନ୍ତେ ଆଧାର ସଂଯୋଗ ପାଇଁ ରହିଥିବା ସମୟ ସୀମାକୁ ସରକାର ବୃଦ୍ଧି କରିପାରନ୍ତି। ଏବେ ଆଧାର ସଂଯୋଗର ଶେଷ ସୀମା ୨୦୧୮ ମାର୍ଚ୍ଚ ୩୧ ରହିଥିବାବେଳେ ଏହାକୁ ବୃଦ୍ଧି କରାଯାଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଆଧାର ସଂଯୋଗ ସମୟ ସୀମା ବୃଦ୍ଧି କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ପୂର୍ବରୁ ଆଧାର ସଂଯୋଗ ସମୟ ସୀମା ବୃଦ୍ଧି କରାଯାଇଥିଲା ଏବେ ପୁଣି ଏହାକୁ ବୃଦ୍ଧି କରାଯାଇପାରେ। ତେବେ ମାସ ଶେଷ ସୁଦ୍ଧା ଏ ସମ୍ପର୍କରେ ସରକାର ଘୋଷଣା କରିବେ।

Leave A Reply