www.samajalive.in
Sunday, December 14, 2025
19.1 C
Bhubaneswar

ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ବାସନ୍ଦ ଘଟଣା: ୯ ଜଣଙ୍କ ନାଁରେ ମାମଲା

ଛତ୍ରପୁର: ଗଞ୍ଜାମ ଜିଲା ଆସିକା ତହସିଲର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳ ବାସନ୍ଦା ଅଭିଯୋଗ ଘଟଣାରେ ପୁଲିସ ୯ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାର ଏବଂ ତାଙ୍କ ପରିବାରକୁ କୈବର୍ତ୍ତ ସମାଜ କୁଳରୁ ବାସନ୍ଦ କରାଯାଇଥିଲା। ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ ଅତିରିକ୍ତ ତହସିଲଦାରଙ୍କ ବାପା ବିଜୟ ବେହେରା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପୁଲିସ କୁଳର ୯ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ଘର ଛତ୍ରପୁର ଥାନା ଅନ୍ତର୍ଗତ ମୁନିଷିପେଣ୍ଠ ଗ୍ରାମରେ । ସେ ଗତ ଫେବୃଆରୀ ମାସରେ ଅନ୍ୟ ଏକ ଜାତିର ଝିଅକୁ ବିବାହ କରିଥିଲେ। ଏଥିରେ କୈବର୍ତ୍ତ ସମାଜ ପକ୍ଷରୁ ତାଙ୍କ ପରିବାରକୁ କୁଳ ବାସନ୍ଦ କରାଯାଇଥିଲା। ଫେବୃଆରୀ ମାସରେ ଅତିରିକ୍ତ ତହସିଲଦାର ବିବାହ କରିବା ସମ୍ପର୍କରେ ତାଙ୍କ ବାପା କୁଳ ସମାଜକୁ ଅବଗତ କରିଥିଲେ। ପୁଅ ସହିତ ରହିବ, ନା’ ଅଲଗା ରହିବ ବୋଲି କୁଳ ସମାଜ ପକ୍ଷରୁ ତାଙ୍କ ବାପାକୁ ପଚରା ଯାଇଥିଲା। ପୁଅ ସହିତ ରହିବାକୁ ବାପା ବିଜୟ ଜଣାଇବାରୁ ଏହା ଉପରେ କୁଳ ବିଚାର କରିବ ବୋଲି ସେ ସମୟରେ କୁହାଯାଇଥିଲା । ଚଳିତ ମାସ ୨୩ ତାରିଖରେ ଗାଁରେ ଏକ ବିବାହ ଭୋଜିକୁ ବିଜୟଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭୋଜି ଖାଉଥିବା ବେଳେ ତାଙ୍କର ଖଲିପତ୍ର ଉଠାଇ ନିଆଯାଇଥିଲା ଏବଂ ତାଙ୍କୁ ଏହି ଭୋଜିକୁ କିଏ ନିମନ୍ତ୍ରଣ କରିଛି ବୋଲି କହି ଅପମାନିତ କରାଯାଇଥିଲା । ତେବେ ବାସନ୍ଦ ଅଭିଯୋଗକୁ କୁଳ ସମାଜ ପକ୍ଷରୁ ଖଣ୍ଡନ କରାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories