www.samajalive.in
Monday, December 15, 2025
15.1 C
Bhubaneswar

ଅଡବା ଅଞ୍ଚଳରେ ଦୁଃଖଦ ଘଟଣା, ଗାଡ଼ି ଚକାତଳେ ଚାପି ହୋଇ ଶିଶୁ କନ୍ୟା ମୃତ

ଅଡବା/ଚାନ୍ଦିପୁଟ: ମୃତ୍ୟୁ ଯେ କାହାକୁ କେତେବେଳେ ଆସିବ ତାହା କାହାକୁ ଜଣାନଥାଏ। ଗାଁକୁ ଆସିଥିଲା କବାଡି ବାଲାର ଏକ ପରିବା ଗାଡ଼ି ।‌ ଗାଡି ନିକଟକୁ ପୁରୁଣା ଲୁହା ଆଣି ବଦଳାଇ ପରିବା ନେଉଥିବା ବେଳେ ସାମାନ୍ୟ ଅବହେଳାରୁ ଆଖି ସାମ୍ନାରେ ଚାଲିଗଲା ଜଣେ ଶିଶୁକନ୍ୟାର ଜୀବନ। ଏଭଳି ଦୁଃଖଦ ଅଭାବନୀୟ ଘଟଣା ଘଟିଛି ଆଜି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ ଗାଣ୍ଡାଗୁଡା ଗ୍ରାମରେ। ସକାଳୁ ଘଟିଥିବା ଘଟଣା ସମଗ୍ର ଅଞ୍ଚଳରେ ଦୁଃଖ ଭରିଦେଇଛି। ମୃତ ଶିଶୁକନ୍ୟା ଜଣକ ହେଲେ ଗାଣ୍ଡାଗୁଡା ଗ୍ରାମର ଲୁସିୟାନ ନାୟକଙ୍କ ୪ ବର୍ଷୀୟ ଶିଶୁ କନ୍ୟା ଦୀପ୍ତି ନାୟକ ।

ସୂଚନା ଅନୁଯାୟୀ, ଗାଣ୍ଡାଗୁଡା ଗ୍ରାମକୁ ଆଜି ସକାଳୁ ଗଞ୍ଜାମ ଜିଲା ଶେରଗଡ ଅଞ୍ଚଳର ଏକ ବୋଲେରୋ ବୋଲେରୋ ମେକ୍ସ୍ ପିକ ଭ୍ୟାନ ଆଳୁ ପିଆଜ ପରିବା ନେଇ ଆସିଥିବା ବେଳେ ପୁରୁଣା ଲୁହା ବଦଳରେ ଆଳୁ ପିଆଜ କାରବାର କରୁଥିଲା। ଏହି ସମୟରେ ଲୁସିୟାନ ନିଜ ଝିଅ ସାଥିରେ କିଛି ପୁରୁଣା ଅଦରକାରୀ ଲୁହାକୁ ନେଇ ଗାଁ ଦାଣ୍ଡରେ ଥିବା ଉକ୍ତ ଗାଡ଼ି ନିକଟକୁ ଆସିଥିଲେ ଏବଂ ବାପା ଲୁହା ବଦଳରେ ଆଳୁ ନେଇ ଘରକୁ ଯାଉଥିବା ବେଳେ ଦୁର୍ଭାଗ୍ୟ ବଶତଃ ଝିଅ ଦୀପ୍ତି ଗାଡ଼ିର ପଛ ଚକା ତଳକୁ ଚାଲିଯାଇଥିଲା। କାମ ସାରି ସେଠାରୁ ଯିବା ପାଇଁ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିଥିଲେ। ଗାଡ଼ି ଆଗକୁ ଗଡ଼ିବା କ୍ଷଣି ପଛ ଚକା ତଳେ ଦୀପ୍ତି ଚାପି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ କିଛି ସମୟ ଛଟପଟ ହେବା ସହ ଝିଅ ଦୀପ୍ତିର ମୃତ୍ୟୁ ଘଟିଥିଲା। ଯାହାକୁ ଡ୍ରାଇଭରକୁ ଦୋଷ ଦେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିଲା। ଖବର ପାଇ ଅଡବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ ସହ ଗାଡ଼ିକୁ ଜବତ କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ଥାନାରେ ରୁଜୁ ସହ ତଦନ୍ତ ଜାରି ରଖିଛି। ଗିରଫ ଡ୍ରାଇଭର ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳର ସର୍ବେଶ୍ବର ଜେନା ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories