www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ନାହାନ୍ତି ‘ସୋଲେ’ର ଲୋକପ୍ରିୟ ଅଭିନେତା ସତୀନ୍ଦର ଖୋସ୍‌ଲା

ମୁମ୍ବଇ: ବୀରବଲ ନାମରେ ଜଣାଶୁଣା ବର୍ଷୀୟାନ ଅଭିନେତା ସତୀନ୍ଦର କୁମାର ଖୋସ୍‌ଲାଙ୍କ ପରଲୋକ ଘଟିଛି। ୮୦ ବର୍ଷିୟ ସତୀନ୍ଦର ମଙ୍ଗଳବାର ରାତିରେ ମୁମ୍ବଇର କୋକିଲାବେନ୍ ହସ୍ପିଟାଲରେ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ମୃତ୍ୟୁ ଖବର ନେଇ ତାଙ୍କ ବନ୍ଧୁ ଜୁଗ୍‌ନୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସତୀନ୍ଦରଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସତୀନ୍ଦରଙ୍କ ବିୟୋଗ ନେଇ ‘ଏକ୍ସ’  ଯୋଗେ ଶୋକ ପ୍ରକାଶ କରିଛି  ସିନେ ଆଣ୍ଡ୍‌ ଟିଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌(ସିନ୍‌ଟା)। ସିନ୍‌ଟା ଲେଖିଛି, ‘‘ବୀରବଲ୍‌ଙ୍କ ମୃତ୍ୟୁ ଯୋଗୁଁ ‘ସିନ୍‌ଟା’ ସମବେଦନା ବ୍ୟକ୍ତ କରୁଛି (ସେ ୧୯୮୧ରୁ ‘ସିନ୍‌ଟା’ର ସଦସ୍ୟ ଥିଲେ)।’’

- Advertisement -

ସତୀନ୍ଦର ଅନେକ ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ତେବେ ‘ସୋଲେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଏଦୀ ଚରିତ୍ର ଜରିଆରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଦୋ ବନ୍ଧନ’। କିନ୍ତୁ ଭି. ଶାନ୍ତାରାମ୍‌ଙ୍କ ‘ବୁନ୍ଦ ଜୋ ବନ୍‌ଗୟୀ ମୋତି’ ଚଳଚ୍ଚିତ୍ରରେ ବାଞ୍ଛାରାମ ଭୂମିକାରେ ଅଭିନୟ କରିବା ପରେ ସେ ଦର୍ଶକଙ୍କ ନିକଟରେ ପରିଚିତ ହେଲେ। ସେ ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ କେତେକ ପ୍ରମୁଖ ଚଳଚ୍ଚିତ୍ର ହେଉଛି, ‘ଫିର୍‌ କଭି’, ‘ମେରା ଗାଓଁ, ମେରା ଦେଶ୍‌’, ‘ସଦ୍‌ମା’, ‘ଚାର୍ଲି ଚାପ୍‌ଲିନ୍‌’, ‘ଅନୁରୋଧ’, ‘ତପସ୍ୟା’, ଅମିର୍‌ ଗରିବ୍’ ‘ହମ୍‌ ହୈଁ ରାହି ପ୍ୟାର୍‌ କେ’, ‘ଦିଲ୍‌’, ‘ଗ୍ୟାମ୍ବ୍‌ଲର୍‌’ ଏବଂ ‘ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ଖିଲାଡି’।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories