ଆଚାର୍ଯ୍ୟ ବିନୋବାଭାବେଙ୍କ ୧୨୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡିଶା ଭୂଦାନ କର୍ମଚାରୀ ସଂଘ ପକ୍ଷରୁ ଭୂଦାନ ଆନ୍ଦୋଳନର ସ୍ରଷ୍ଟା ଭାରତରତ୍ନ ଆଚାର୍ଯ୍ୟ ବିନୋବାଭାବେଙ୍କ ୧୨୮ତମ ଜୟନ୍ତୀ ଭୂବନେଶ୍ୱରସ୍ଥିତ ଓଡିଶା ଭୂଦାନ ଯଜ୍ଞ ସମିତି ପରିସରରେ ପାଳିତ ହୋଇଯାଇଛି। ଉକ୍ତ ଜୟନ୍ତୀ ପାଳନ ଅବସରରେ ସର୍ବପ୍ରଥମେ ବିନୋବାଭାବେଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଭୂଦାନ କର୍ମଚାରୀ ସଂଘର ସଭାପତି ସେକ୍ ଅବଦୁଲ ଗନି ହାସନ୍ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ବାଲେଶ୍ୱର ଭୂଦାନ ଗ୍ରହିତା ସଂଘର ଉପ ସଭାପତି ଅରଜିତ୍ ପଣ୍ଡା। ଏହି ଅବସରରେ କର୍ମଚାରୀ ସଂଘର ସମ୍ପାଦକ ସରୋଜ ସାମଲ ବିନୋବାଙ୍କ ଜୀବନୀ ଉପରେ ସମ୍ୟକ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିବେଦକ ଉମେଶ ପାଣିଗ୍ରାହୀ, ଅକ୍ଷର କୁମାର ନାୟକ, ରମେଶ ଚନ୍ଦ୍ର ଦାସ, ନିରାକାର ସାମଲ, ପ୍ରଦୀପ କୁମାର ମହାଳିକ, କାର୍ତିକ ଚନ୍ଦ୍ର ସେଠୀ, ଭାଗିରଥୀ ସେଠୀ,ଶରତ ଚନ୍ଦ୍ର ଦାସଙ୍କ ସମେତ ଓଡିଶାର ସବୁ ଜିଲାର ଭୂଦାନ ନିବେଦକମାନେ ଯୋଗ ଦେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ୧୯୫୧ରେ ଭୂଦାନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଉକ୍ତ ଆନ୍ଦୋଳନରେ ବିନୋବାଭାବେ ସାରା ଭାରତବର୍ଷକୁ ଦୀର୍ଘ ୧୪ବର୍ଷ କାଳ ପଦଯାତ୍ରା କରିଥିଲେ। ଏହି ସମୟରେ ସେ ଲୋକମାନଙ୍କଠାରୁ ଜମି ଦାନ ଗ୍ରହଣ କରି ଗରିବ ଲୋକମାନଙ୍କୁ ବାଣ୍ଟିଥିଲେ। ଏହି ସମୟରେ ଭୂଦାନଯଜ୍ଞ ସମିତିକୁ ପ୍ରଥମେ ତେଲେଙ୍ଗାନା ପ୍ରଦେଶର ଶିବରାମ ପଲ୍ଲୀରେ ଆୟୋଜିତ ହୋଇଥିବା ସର୍ବୋଦୟ ସଭାରେ ଜମିଦାର ରାମଚନ୍ଦ୍ର ରେଡ୍ଡି୧୦୦ଏକର ଜମି ଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସେକ୍ ରାଜୁଦିନ୍।

kalyan agarbati

Comments are closed.