www.samajalive.in
Sunday, December 7, 2025
26.1 C
Bhubaneswar

ଗୋଳନ୍ଥରା ଥାନା ପରିସରରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲା: ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ, ଥାନା ଆଇଆଇସି ଡିପିଓକୁ ସ୍ଥାନାନ୍ତର

ଗୋପାଳପୁର: ଗୋଳନ୍ଥରା ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷ ପରିସରରେ ଅଟକ ରହିଥିବା ଅଭିଯୁକ୍ତ ଗଣେଶ ଡାକୁଆର ଆତ୍ମହତ୍ୟା ମାମଲାରେ ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ଵରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଡିସିଓ ଦାୟିତ୍ଵରେ ଥିବା ଥାନା ଏଏସଆଇ ପି ସି ଆଚାର୍ୟ୍ୟଙ୍କ ସମେତ ସେଣ୍ଟ୍ରି ଦାୟିତ୍ଵରେ ଥିବା କନଷ୍ଟେବଳ ଡି ପି ଜେନାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଥାନା ଆଇଆଇସି ବାବୁଲି ନାୟକଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାର ଅଧିକ ଅନୁସନ୍ଧାନ ନିମନ୍ତେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଦୁଇଟି ଟିମ ଗଠନ କରାଯାଇଛି। କେଉଁ ପରିସ୍ଥିତିରେ ଓ କିପରି ଭାବରେ ଅଭିଯୁକ୍ତ ଆତ୍ମହତ୍ୟା କଲା ନେଇ ଡିଏସପି ପ୍ରକାଶ ଜେନା ଏବଂ ଅଭିଯୁକ୍ତର ଆତ୍ମହତ୍ୟା ପଛରେ କାହାର ଅବେହଳା ରହିଲା ତାହାର ତଦନ୍ତ ଦାୟିତ୍ୱ ଏଏସପି ପ୍ରଭାତ ରାୟତରାୟଙ୍କୁ ପ୍ରଦାନ କରାଯାଇଛି। ଏହା ସହ ଆଜି ନିଜେ ଡିଆଇଜି ସତ୍ୟବ୍ରତ ଭୋଇ ଥାନାରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ ସହ ତଦନ୍ତ କରିଥିବା ଜଣାପଡିଛି। ବର୍ତମାନ ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହନ୍ତଙ୍କୁ ଗୋଳନ୍ଥରା ଥାନାର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଆତ୍ମହତ୍ୟା କରିଥିବା ରାଳବ ଗାଁ ର ଗଣେଶ ଡାକୁଆ(୩୨) ସୋମବାର ଦିନ ଉକ୍ତ ଗାଁରେ ଥିବା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସଙ୍କ ଭାଇଙ୍କ ଫ୍ଲାଇ ଆସ ଇଟା ଫ୍ୟାକ୍ଟ୍ରିରେ ଶ୍ରମିକମାନଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିବା ନେଇ ଅଜିତଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହାକୁ ନେଇ ପୁଲିସ ଗଣେଶକୁ ଧରିବା ସହ ତଦନ୍ତ ନିମନ୍ତେ ଥାନକୁ ନେଇଥିଲେ। ଗଣେଶକୁ ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରଖି ପଚରାଉଚରା କରିବା ସହ କୋଭିଡ ନିୟମ ଅନୁସାରେ ଗଣେଶକୁ ସେଠାରେ ରଖାଯାଇଥିଲା। ରାତି ପ୍ରାୟ ୮ ଟା ବେଳେ ଡ୍ୟୁଟିରେ ଥିବା କନେଷ୍ଟବଲ ଡି ପି ଜେନା ବାହାରକୁ ଯାଇଥିବା ସମୟରେ ଗଣେଶ ନିଜେ ପିନ୍ଧିଥିବା ପ୍ୟାଣ୍ଟ ବ୍ୟାଲ୍ଟରେ କକ୍ଷ ପରିସରରେ ଥିବା ଏକ ଝରକାରେ ଝୁଲି ଆତ୍ମହତ୍ୟା କରିଥିଲା। ଏହା ଜଣାପଡିବା ପରେ ଗୋଳନ୍ଥରା ପୁଲିସ ଗଣେଶକୁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ନେଇ ବଡ ମେଡିକାଲ କାଜୁଆଲିଟିର ମେଡିକାଲ ଅଫିସର ଡଃ କରୁଣାକର ପ୍ରଧାନଙ୍କ ପକ୍ଷରୁ ଗଣେଶର ମୃତ୍ୟୁ ନେଇ ବିଏନପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ବିଏନ‌ପୁର ଥାନାରେ ୨୨୫/୨୧ ରେ ଏକ ମାମଲା ରୁଜୁ କରିବା ସହ ରାତିିରେ ହିଁ ମାଜିଷ୍ଟ୍ରେଟ ଓ ଗଣେଶର ପରିବାର ବର୍ଗଙ୍କ ଉପସ୍ଥିତିରେ ଏକ ଡାକ୍ତରୀ ଟିମ ଦ୍ଵାରା ଶବ ବ୍ୟବଚ୍ଛେଦ କରାଯାଇ ମଙ୍ଗଳବାର ଭୋରରୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories