www.samajalive.in
Tuesday, December 9, 2025
15.1 C
Bhubaneswar

ଏକ୍ସପ୍ରେସୱେରେ ଦୁର୍ଘଟଣା; ୨ ମୃତ, ୧୨ରୁ ଅଧିକ ଆହତ

ଲକ୍ଷ୍ନୌ: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସୋମବାର ସକାଳ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରାର ଫତେହାବାଦ ଥାନା ଅନ୍ତର୍ଗତ ଏକ୍ସପ୍ରେସ ୱେରେ ଅନିୟନ୍ତ୍ରିତ ହୋଇ ୨୦ ଫୁଟ ତଳକୁ ଓଲଟି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଏଏସଏଏନ ମେଡ଼ିକାଲରେ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶ ପରିବହନ ନିଗମର ଏକ ଏସି ବସ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାଗ୍ରସ୍ତ ବସଟି ଆଗ୍ରାରୁ ଲକ୍ଷ୍ନୌ ଯାଉଥିଲା। ଫତେହାବାଦ ଥାନା ଅନ୍ତର୍ଗତ ସିକରାରା ଗାଁ ନିକଟ ଏକ୍ସପ୍ରେସରେୱେ ଠାରେ ଏକ ଟ୍ରକର ଟାୟାର ଫାଟି ଯିବାରୁ ରାସ୍ତାରେ ଛିଡ଼ା ହୋଇଥିଲା। କୁହୁଡ଼ି କାରଣରୁ ବସ ଚାଳକଙ୍କୁ ଦୂରରୁ ଉକ୍ତ ଟ୍ରକଟି ଦେଖାଯାଇନଥିଲା। ଟ୍ରକରର ନିକଟବର୍ତ୍ତୀ ହେବା ପରେ ବସ ଚାଳକ ଟ୍ରକ ଟିକୁ ଦେଖି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ  ବ୍ରକ୍ ଦେଇଥିଲେ, ଯାହା ଫଳରେ ବସଟି ଅନିୟନ୍ତ୍ରିତ ହୋଇ ୨୦ ଫୁଟ ତଳେ ସର୍ଭିସ ରାସ୍ତାକୁ ଯାଇ ଓଲଟି ପଡ଼ିଥିଲା। ବସ ଓଲଟିବା ପରେ ସ୍ଥାନୀୟଲୋକ ଏକାଠି ହେବା ସହ ପୁଲିସକୁ ଖବର ଦେଇଥିଲେ। ଏହାରେ ସ୍ଥାନୀୟଲୋକେ, ଉଦ୍ଧାରକାରୀ ଦଳ ଓ ପୁଲିସଙ୍କ ସହାୟତରେ ଆହତଙ୍କୁ ମେଡ଼ିକାଲ ପଠାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories