ଭୁବନେଶ୍ୱର/ ହାଇଦ୍ରାବାଦ: ଆନ୍ଧ୍ରର ମଞ୍ଜୁଷା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଦୁର୍ଘଟଣାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ତ୍ରିଲୋଚନ ଜେନା, ବନିତା ଜେନା, ଆଦର୍ଶ ଜେନା, ପ୍ରତାପ ଜେନା ଓ ରିତୁ ଜେନା ବୋଲି ଜଣାପଡ଼ିଛି। ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ସମସ୍ତ ମୃତାହତ ଭୁବନେଶ୍ୱର ଅଞ୍ଚଳର ଓ ଗୋଟିଏ ପରିବାରର ବୋଲି ଆନ୍ଧ୍ର ପୁଲିସ ଠାରୁ ସୂଚନା ମିଳିଛି। ଗୁରୁତର ଜଣଙ୍କୁ ପଲାସା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୀମାଞ୍ଚଳମ୍ ଦର୍ଶନ ସାରି ଫେରିବା ବାଟରେ କାରଟି ଭାରସାମ୍ୟ ହରାଇ କଲଭର୍ଟକୁ ପିଟିବା ପରେ କାରଟି ଓଲଟି ପଡ଼ିଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଆନ୍ଧ୍ରର ମଞ୍ଜୁଷା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୬ ମୃତ , ୧ ଗୁରୁତର
Popular Categories



