ଟ୍ରେଲର ଧକ୍କାରେ ମା-ପୁଅ ମୃତ
ଛତ୍ରପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥରେ ଏକ ଟ୍ରେଲର ଧକ୍କାରେ ମା-ପୁଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। କାଳିଆବାଲି ଗ୍ରାମରୁ ଏକ ଲୁନା ଏକ୍ସଏଲ (ନଂ ଓଡି୦୭ କିୟୁ ୯୪୮୭)ରେ ଗଣେଶ ମହାରଣା ଓ ତାଙ୍କ ମା’ ମାଣିକ ମହାରଣା (୪୪) ବ୍ରହ୍ମପୁର ଅଭିମୁଖେ କୌଣସି କାମରେ ଯାଉଥିଲେ। ଭୁବନେଶ୍ୱରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ େଟ୍ରଲର (ନଂ ଏମଏଚ ୦୪ ଏଫ୍ଡି ୧୨୧୧) ହଠାତ୍ ଦ୍ରୁତ ଗତିରେ ଆସି ପଛରୁ ଧକ୍କା ଦେଇଥିଲା। େଟ୍ରଲର ଧକ୍କାରେ ମା’ ପୁଅ ଛିଟିକି ହୋଇ ରାସ୍ତାରେ ପଡି ଯାଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ମା’ ମାଣିକଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଗଣେଶଙ୍କୁ ଚମାଖଣ୍ଡି
ଥାନା ପୁଲିସ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗଣେଶଙ୍କ ମୃତ୍ୟୁ ହୋଇ ଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଗାଡି ଦୁଇଟିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଧକ୍କା ଦେଇଥିବା େଟ୍ରଲର ଚାଳକକୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।